କୋରାପୁଟ : ମନ୍ଦିର ପୂଜକଙ୍କୁ ହତ୍ୟା

କୋରାପୁଟ : ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା। ହାତ ଗୋଡ଼ ବନ୍ଧା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଖବର ଅନୁଯାୟୀ କୋରାପୁଟ ଜାତୀୟ ରାଜପଥ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ମୃତଦେହ ମନ୍ଦିର ପଛ ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି। କେହି ଦୃବୁର୍ତ୍ତ ହାତ ଗୋଡ଼ ବାନ୍ଧି ହତ୍ୟା କରିଥିବା ବେଳେ ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ କୋରାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟା ପଛର କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *

Back to top button