ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ

ଭୁବନେଶ୍ୱର : ବିଧାନସଭା ଉପବାଚସ୍ପତି ପଦରୁ ଆଜି ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପ୍ରମିଳା ମାଲିକଙ୍କୁ ଭେଟି ସେ ଇସ୍ତଫାପତ୍ର ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ବୁଧବାର ଇସ୍ତଫା ଦେବାପରେ ଶ୍ରୀ ସିଂହ ଛନ୍ତି କହିଛନ୍ତି ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ତେଣୁ ଏହି ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି। ଆଖି ଆଗରେ ନିର୍ବାଚନ। ସେଥିପାଇଁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି। ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି। ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *

Back to top button