ବଜାରକୁ ଆସିଲା ୪ଜି କି-ପ୍ୟାଡ ସ୍ମାର୍ଟଫୋନ୍ ଜିଓଫୋନ୍ ପ୍ରାଇମା

ଭୁବନେଶ୍ୱର : କାଇ-ଓଏସ୍ ଆଧାରିତ ୪ଜି କି-ପ୍ୟାଡ ସ୍ମାର୍ଟଫୋନ୍ ‘ଜିଓଫୋନ୍ ପ୍ରାଇମା’ର ଶୁଭାରମ୍ଭ କରିଛି ରିଲାଏନ୍ସ ଜିଓ। ଯାହା ବଜାରରେ ୨୫୯୯ ଟଙ୍କାରେ ଉପଲବ୍ଧ। ୟୁଟ୍ୟୁବ୍‌, ଫେସବୁକ୍‌, ହ୍ୱାଟ୍ସଅପ, ଗୁଗୁଲ୍ ଭଏସ୍ ଆସିଷ୍ଟାଣ୍ଟ ପରି ସମସ୍ତ ସୁବିଧା ଓ ଫିଚର କେବଳ ଗୋଟିଏ କ୍ଲିକ୍‌ରେ ଏହି ଫୋନରେ ଉପଲବ୍ଧ ହେବ।

ଖବର ଅନୁଯାୟୀ ଜିଓଫୋନ୍ ପ୍ରାଇମାର ଡିଜାଇନ୍ ବର୍ତ୍ତମାନ ବହୁତ ବୋଲ୍ଡ ଓ ପ୍ରିମିୟମ୍ ଦେଖାଯାଉଛି। ୨.୪ ଇଞ୍ଚ ଡ଼ିସପ୍ଲେ ସ୍କ୍ରିନ୍ ବହୁତ ଭଲ ଫଳାଫଳ ଦେଉଥିବା ବେଳେ ଏହି ସ୍ମାର୍ଟଫୋନରେ ୧୮୦୦ ଏମଏଏଚର ଶକ୍ତିଶାଳୀ ବ୍ୟାଟେରି ରହିଛି। ଏଥିସହ ଭିଡିଓ କଲିଂ ଓ ଫଟୋଗ୍ରାଫି ପାଇଁ ଏହି ମୋବାଇଲର ଉଭୟ ପାର୍ଶ୍ୱରେ ରହିଛି ଡିଜିଟାଲ କ୍ୟାମେରା। ମୋବାଇଲର ପଛ ଭାଗରେ ଅଛି ଫ୍ଲାସ୍ ଲାଇଟ୍। ଏହି ସ୍ମାର୍ଟଫୋନରେ ଜିଓ ଟିଭି, ଜିଓ ସିନେମା, ଜିଓ ସାଭନ୍ ଭଳି ପ୍ରିମିୟମ୍ ଡିଜିଟାଲ୍ ସେବା ସହିତ ଜିଓ-ପେ ମାଧ୍ୟମରେ ୟୁପିଆଇ ପେମେଂଟ ମଧ୍ୟ କରାଯାଇପାରିବ। ସେହିପରି ଜିଓଫୋନ୍ ପ୍ରାଇମା ୨୩ଟି ଭାରତୀୟ ଭାଷାରେ କାମ କରିପାରିବ। ଚମକଦାର ରଙ୍ଗରେ ଆସୁଥିବା ଏହି ସ୍ମାର୍ଟଫୋନ୍ ପ୍ରମୁଖ ଖୁଚୁରା ଷ୍ଟୋର୍ ଓ ରିଲାଏନ୍ସ ଡିଜିଟାଲ୍ ଡଟ ଇନ୍‌, ଜିଓମାର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ଆମାଜନ ଭଳି ଅନଲାଇନ୍ ପ୍ଲାଟଫର୍ମରୁ କିଣାଯାଇପାରିବ।

କମ୍ପାନୀ କହିଛି ଜିଓଫୋନ୍ ପ୍ରାଇମା କେବଳ ଏକ ମୋବାଇଲ୍ ଫୋନ ନୁହେଁ ବରଂ ଏକ ଷ୍ଟାଇଲ୍। ସୁଲଭ ମୂଲ୍ୟରେ ୪ଜି ଦ୍ୱାରା ସଶକ୍ତ ଏକ ଶକ୍ତିଶାଳୀ ମୋବାଇଲ୍ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଡିଜାଇନ୍ ହୋଇଥିବା ବେଳେ ସାମାଜିକ ପ୍ଲାଟଫର୍ମଗୁଡିକ ସହିତ ସଂଯୁକ୍ତ ରହିଛି।

Leave a Reply

Your email address will not be published. Required fields are marked *

Back to top button