ଜାଲ୍‌ ସାର୍ଟିଫିକେଟ୍‌ ପାଇଁ ବିଆର୍‌ସିସି ଗିରଫ

ସୋନପୁର : ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଗୁଡଭେଲା ବ୍ଲକ୍‌ ରିସୋର୍ସ ସେଣ୍ଟର କୋଡିନେଟର (ବିଆର୍‌ସିସି) ଶ୍ୟାମ ସୁନ୍ଦର ପଧାନ ଗିରଫ। ସେ ଡ଼ଙ୍ଗାପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ।

ଖବର ଅନୁଯାୟୀ ୨୦୧୧ ମସିହାରୁ ଗୁଡଭେଲା ବିଇଓ ଅଫିସରେ ବିଆରସିସି ଥିବା ଶ୍ୟାମସୁନ୍ଦର ଜାଲ୍‌ ବିଇଡ଼ି ସାର୍ଟିଫିକେଟ ଦେଇ ପଦୋନ୍ନତି ପାଇଥିଲେ। ସେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହେଉଥିଲା। ଏସବୁ ଅଭିଯୋଗକୁ ନେଇ ସାର୍ଟିଫିକେଟ ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଥିଲେ। ସେଠାରୁ ଆସିଥିବା ଉତ୍ତରରେ ଶ୍ୟାମସୁନ୍ଦରଙ୍କ ସାର୍ଟିଫିକେଟ୍‌ ନକଲି ବୋଲି ଜଣାପଡିଥିଲା। ଏନେଇ ଡ଼ିଇଓ। ତୁଷୁରା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ବିଆରସିସିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button