କେନ୍ଦ୍ରାପଡ଼ା : ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ୩ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ କରିଥିବା ଜଣାପଡିଛି।

ଖବର ଅନୁଯାୟୀ କେନ୍ଦ୍ରାପଡ଼ା ସହରର ନସଡିପୁରରେ ବେଆଇନ ବାଣ ଗଚ୍ଛିତଥିବା ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାରକରି ଟାଉନ ଥାନା ପୋଲିସ ବିଜେନ୍ଦ୍ର ବେହେରାଙ୍କ ଘ‌ରେ ଚଢ଼ଉ କରି ୩ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି। ତେବେ ବିଜେନ୍ଦ୍ର କହିଛନ୍ତି ସେ ଜଣେ ସିଜିନ୍ ବ୍ୟବସାୟୀ। ବାଣ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। କିନ୍ତୁ ଜିଲ୍ଲାପାଳ ଶେଷ ମୁହୁର୍ତ୍ତରେ ମନା କରିବାରୁ ତାଙ୍କ ଘରେ ବାଣ ରହିଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button