ନେତାଙ୍କ ବିରୋଧରେ ମାମଲା : ତ୍ୱରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ତ୍ୱରିତ ଶୁଣାଣି କରି ରାୟ ପ୍ରକାଶ କର। ସବୁ ରାଜ୍ୟର ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ମଧ୍ୟ କହିଛନ୍ତି।

ଖବର ଅନୁଯାୟୀ ବିଭିନ୍ନ କୋର୍ଟରେ ବର୍ତ୍ତମାନ ତଥା ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ୫୧୭୫ଟି ମାମଲା ବିଚାରାଧୀନ ଅଛି। ଏହାର ତ୍ଵରିତ ଶୁଣାଣି ପାଇଁ ଓକିଲ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଟ୍ରାଏଲ କୋର୍ଟ ପାଇଁ ସମାନ ଗାଇଡ଼ଲାଇନ କରିବା କଷ୍ଟକର। ଏପରି ମାମଲାରେ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ଏହାର ତ୍ୱରିତ ଶୁଣାଣି କରନ୍ତୁ। ବିଶେଷ କରି ଆଜୀବନ କାରାଦଣ୍ଡ ଓ ଫଶୀ ଦଣ୍ଡାଦେଶ ମାମଲା ଗୁଡିକୁ ଅଧିକ ପ୍ରାଥମିକତା ଦିଆଯିବ ସହିତ ଏଥିପାଇଁ କୋର୍ଟ ସ୍ୱତନ୍ତ୍ର ବେଞ୍ଚ ଗଠନ କରିପାରିବେ। ଯଦି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଆଜୀବନ କାରାଦଣ୍ଡ ଠାରୁ ହତ୍ୟା ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଏଭଳି ମାମଲାରେ ଟାଇମ୍‌ଲାଇନ୍‌କୁ ନେଇ କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୁଦଙ୍କ ବେଞ୍ଚ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button