କ୍ରିକେଟର ମହମ୍ମଦ ଶାମିଙ୍କୁ ବିବାହ ପାଇଁ ପାୟଲ ଘୋଷ ରାଜି

ମୁମ୍ବାଇ : ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ପାୟଲ ଘୋଷ। ସେ କହିଛନ୍ତି ଶାମିଙ୍କ ଦ୍ୱିତୀୟ ପତ୍ନୀ ହେବାକୁ ପ୍ରସ୍ତୁତ। କିନ୍ତୁ ତାଙ୍କୁ ଇଂରାଜୀ ଶିଖିବାକୁ ହେବ।

ଖବର ଅନୁଯାୟୀ ଦିନିକିଆ ବିଶ୍ଵକପରେ ଭଲ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଛନ୍ତି ମହମ୍ମଦ ଶାମି। ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ଶାମିଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ପାୟଲ। ଏକ୍ସରେ ପୋଷ୍ଟ କରି ପାୟଲ ଲେଖିଛନ୍ତି ସେ ତାଙ୍କର ଦ୍ୱିତୀୟ ପତ୍ନୀ ହେବାକୁ ପ୍ରସ୍ତୁତ। କିନ୍ତୁ ଶାମିଙ୍କୁ ଏଥିପାଇଁ ଇଂରାଜୀ ଶିଖିବାକୁ ହେବ। ପାୟଲଙ୍କ ଏଭଳି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ମ୍ୟାଚ୍ ଶେଷରେ ଶାମି ସାମ୍ବାଦିକଙ୍କୁ ସାକ୍ଷାତକାର ଦେଉଥିବା ବେଳେ ଯେଉଁଭଳି ଭାବେ ଭୁଲ ଇଂରାଜୀ କହିଥିଲେ ତାହାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ପାୟଲ ଏଭଳି ପୋଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ୩୧ ବର୍ଷୀୟା ପାୟଲ ଜଣେ ଅଭିନେତ୍ରୀ। ସେ ଫିଲ୍ମ ଶାରପେସ୍ ପେରିଲ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୨୦୦୯ରେ ମୁକ୍ତିଲାଭ କରିଥିବା ପ୍ରାୟାଣମ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏ ୨ଟି ଫିଲ୍ମ ପରେ ସେ ଜୁନିୟର ଏନଟିଆରଙ୍କ ସହ ତେଲୁଗୁ ଚଳଚ୍ଚିତ୍ର ଓସାରାଭେଲିରେ କାମ କରିଥିଲେ। ଏହାଛଡା ଟିଭି ସୋ ‘ସାଥ୍ ନିଭାନା ସାଥିଆ’ରେ ମଧ୍ୟ ସେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button