ଅଳିଆଗଦାରୁ ମିଳିଲା ଡଲାର ଭର୍ତ୍ତି ବ୍ୟାଗ୍

ବେଙ୍ଗାଲୁରୁ : ଅଳିଆଗଦାରେ ଆମେରିକୀୟ ଡଲାର ଭର୍ତ୍ତି ବ୍ୟାଗ୍। ବେଙ୍ଗାଲୁରୁରେ ଜଣେ ଜରିଗୋଟାଳିଙ୍କୁ ଏହି ବ୍ୟାଗ୍‌ ମିଳିଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ୨୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

ଖବର ଅନୁଯାୟୀ ନଭେମ୍ବର ପହିଲାରେ ଜରିଗୋଟାଳି ସଲମାନ୍‌ ଶେଖ୍‌ ଅଳିଆଗଦାରୁ ୨୩ ବଣ୍ଡଲ ଆମେରିକୀୟ ଡଲାର ଥିବା ଏକ ବ୍ୟାଗ୍‌କୁ ପାଇଥିଲେ। ବ୍ୟାଗ୍‌ଟିକୁ ୫ ତାରିଖ ପର୍ଯ୍ୟନ୍ତ ପାଖରେ ରଖିବା ପରେ ମାଲିକଙ୍କ ପାଖକୁ ନେଇ ଯାଇଥିଲେ। ମାଲିକ ସମସ୍ତ ବିଷୟ ଜାଣିବା ପରେ ସାମାଜିକକର୍ମୀ କାଳୀ ମୁଲ୍ଲାଙ୍କୁ କହିବାରୁ ସେ ବେଙ୍ଗାଲୁରୁ ପୋଲିସ କମିସନରଙ୍କ ସହ ଯୋଗାଯୋଗ କରିଥିଲେ। ପୋଲିସ କମିଶନର ବି ଦୟାନନ୍ଦ ସେମାନଙ୍କୁ ଡକାଇ ସମସ୍ତ କଥା ବୁଝିଥିଲେ। ଏହାର ତଦନ୍ତ ଦାୟିତ୍ୱ ହେବଲ ଥାନାକୁ ଦିଆଯାଇଥିଲା। ଏହି ନୋଟ୍‌ ଗୁଡ଼ିକରେ ରାସାୟନିକ ପଦାର୍ଥ ଲାଗିଥିବାରୁ ଏହା କଳାଧନ କିମ୍ବା ଦୁର୍ନୀତିରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ର କାମ ବୋଲି ପୋଲିସ ସନ୍ଦେହ କରୁଛି। କେବଳ ସେତିକି ନୁହେଁ ନୋଟ୍‌ ଗୁଡ଼ିକ ଅସଲି ନା ନକଲି ନା ତାହା ପରୀକ୍ଷା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *

Back to top button