ଡିସେମ୍ବର ୪ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ଶୀତାକଳୀନ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଆଜି ଏହି ସୂଚନା ଦେଇଛନ୍ତି।

ଶ୍ରୀ ଜୋଶୀ ଏକ୍ସ ଏକାଉଣ୍ଟ ଜରିଆରେ କହିଛନ୍ତି ସଂସଦର ଶୀତ ଅଧିବେଶନ ସାଧାରଣତଃ ନଭେମ୍ବର ମାସରୁ ଆରମ୍ଭ ହୁଏ। କିନ୍ତୁ ଏଥର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ଶୀତ ଅଧିବେଶନ ଡିସେମ୍ବର ମାସରୁ ଆରମ୍ଭ ହେଉଛି। ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବା ପରେ ୪ରୁ ଅଧିବେଶନ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିବ।

Leave a Reply

Your email address will not be published. Required fields are marked *

Back to top button