ସୁନା ଓ ରୁପା ଶସ୍ତା ‌ହେଲା

ନୂଆଦିଲ୍ଲୀ : ଧନ୍‌ତେରସ ଅବସରରେ ସୁନା ଓ ରୁପା ଶସ୍ତା ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ଆଜି ସୁନା ପ୍ରତି ୧୦ ଗ୍ରାମର ମୂଲ୍ୟ ହୋଇଛି ୬୦୭୪୨.୦୦ ଟଙ୍କା। ଯାହାକି ୧୯୮.୦୦ ପଏଣ୍ଟ ବା ୦.୩୨ ପ୍ରତିଶତ ହ୍ରାସ ପାଇଛି। ସେହିପରି ରୁପା କିଲୋଗ୍ରାମ ହୋଇଛି ୭୧୧୦୬.୦୦ ଟଙ୍କା ହୋଇଛି। ଏହାର ମୂଲ୍ୟ ୫୬୩ ଟଙ୍କା ହ୍ରାସ ପାଇଛି।

ଖବର ଅନୁଯାୟୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦,୯୦୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୫୫,୮୫୦ ଟଙ୍କା ରହିଛି। ମୁମ୍ବାଇରେ ୨୪ ଗ୍ରାମ ସୁନା ୬୧,୦୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦାମ ରହିଛି ୫୬,୦୦୦ ଟଙ୍କା। ସେହିପରି କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୧,୦୯୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ହୋଇଛି ୫୬,୦୦୦ ଟଙ୍କା। ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ୍‌ ୫୨,୨୮୫ ଟଙ୍କା ଓ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ହୋଇଛି ୪୭,୯୨୭ ଟଙ୍କା।

Leave a Reply

Your email address will not be published. Required fields are marked *

Back to top button