ଭାରତ ବିରୋଧୀ ଲସ୍କର କମାଣ୍ଡର ଅକ୍ରମ ଗାଜିକୁ ଗୁଳିମାରି ହତ୍ୟା

ନୂଆଦିଲ୍ଲୀ : ପାକିସ୍ତାନରେ ପୂର୍ବତନ ଲଶ୍କର-ଏ-ତୋଇବା କମାଣ୍ଡର ଅକ୍ରମ ଖାନ ଓରଫ ଅକ୍ରମ ଗାଜିକୁ ହତ୍ୟା। ଗୁରୁବାର ଅଜଣା ଆକ୍ରମଣକାରୀ ଗୁଳିରେ ସେ ନିହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଅକ୍ରମ ଭାରତର ଶତ୍ରୁ। ଲଶ୍କର-ଏ-ତୋଇବାର ଏଇ ପୂର୍ବତନ କମାଣ୍ଡର ସବୁବେଳେ ଭାରତ ବିରୁଦ୍ଧରେ ବୟାନ ଦେଇଥାଏ। ସେ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ଲଶ୍କରରେ ନୂଆ ଆତଙ୍କବାଦୀଙ୍କ ରିକୃଟ୍ କାମ ଦେଖୁଥିଲା। ଗୁରୁବାର ପାକିସ୍ତାନର ବାଯୌରରେ ଅକ୍ରାମ ଗାଜୀକୁ ଅଜଣା ଆକ୍ରମଣକାରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଲସ୍କରର ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରୁ ଜଣେ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା।

Leave a Reply

Your email address will not be published. Required fields are marked *

Back to top button