୨୦୨୬ ସୁଦ୍ଧା ଦେଶରେ ଇ-ଏୟାର ଟ୍ୟାକ୍ସି ସେବା

ନୂଆଦିଲ୍ଲୀ : ଭାରତରେ ଚାଲିବ ଫୁଲ୍-ଇଲେକ୍ଟ୍ରିକ୍ ଏୟାର୍ ଟ୍ୟାକ୍ସି। ୨୦୨୬ରେ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଆମେରିକା ଭିତ୍ତିକ ‘ଆର୍ଚର ଏଭିଏସନ’ ସହଯୋଗରେ ସମଗ୍ର ଦେଶରେ ଏହି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ଖବର ଅନୁଯାୟୀ ଇ-ଏୟାର ଟ୍ୟାକ୍ସି ସମ୍ପର୍କରେ କମ୍ପାନୀଗୁଡ଼ିକ କହିଛନ୍ତି ଦିଲ୍ଲୀରେ କାର୍ ଯୋଗେ ଯେଉଁ ଯାତ୍ରା ଏକରୁ ଦେଢ଼ ଘଣ୍ଟା ସମୟ ଲାଗୁଛି ଏୟାର ଟ୍ୟାକ୍ସିରେ ମାତ୍ର ୭ ମିନିଟ୍ ଲାଗିବ। ଭାରତରେ ଫୁଲ୍-ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ସେବା ଆରମ୍ଭ ଓ ପରିଚାଳନା ପାଇଁ ଉଭୟ କମ୍ପାନୀ ଏକ ବୁଝାମଣ ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ସେବା ଦ୍ଵାରା ଜନବହୁଳ ସହରଗୁଡିକରେ ପରିବହନ ସେବାକୁ ସହଜ କରାଯିବା ସହିତ ପ୍ରଦୂଷଣ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନୁମୋଦନ ମିଳିବା ପରେ ୨୦୨୬ ସୁଦ୍ଧା ଭାରତରେ ସୁବିଧା ଉପଲବ୍ଧ ହେବ।

କମ୍ପାନୀ କହିଛି ଇ-ଏୟାର ଟ୍ୟାକ୍ସି ୧୫୦ ମାଇଲ୍ (ଘଣ୍ଟା ପ୍ରତି ୨୪୦ କିଲୋମିଟର) ବେଗରେ ୧୦୦ ମାଇଲ୍ (୧୬୦ କିଲୋମିଟର) ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ। ପ୍ରାରମ୍ଭରେ ଜାତୀୟ ରାଜଧାନୀ ଦିଲ୍ଲୀ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଓ ବେଙ୍ଗାଲୁରୁରେ ଏହି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି। ସୂଚନାଯୋଗ୍ୟ କାଲିଫର୍ନିଆର ସାନ ଜୋସରେ ଥିବା ଆର୍ଚର ଏଭିଏସନ ଏକ ପବ୍ଲିକ ଲିମିଟେଡ କମ୍ପାନୀ। କ୍ରାଇସର୍-ପ୍ୟାରେଣ୍ଟ୍ ଷ୍ଟେଲାଣ୍ଟିସ୍, ବୋଇଙ୍ଗ ଓ ୟୁନାଇଟେଡ୍ ଏୟାରଲାଇନ୍ସ ଏହାର କର୍ପୋରେଟ୍ ଅଂଶୀଦାର।

Leave a Reply

Your email address will not be published. Required fields are marked *

Back to top button