ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ଗିରଫ

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି।

ଖବର ଅନୁଯାୟୀ ଭିଜିଲାନ୍ସ କହିଛି ପ୍ରଫେସର ବେହେରା ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ତାଙ୍କର ତିନିଟି ବହୁତଳ କୋଠା ରହିଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବ୍ଳକ୍ ଛକ ନିକଟରେ ଥିବା ୪ ମହଲା ବିଶିଷ୍ଟ ଘରଟି ପାଖାପାଖି ୪୬୦୦ ବର୍ଗଫୁଟ ଅଞ୍ଚଳରେ ତିଆରି ହୋଇଛି। ସେହିପରି ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ଦୁଇ ମହଲା ଓ ଗୋପର ସୋରିଷପଦାରେ ଏକ କୋଠା ଠାବ କରାଯାଇଛି। ଏହାଛଡା ଭୁବନେଶ୍ୱର ସମେତ ପୁରୀ ଜିଲ୍ଲାର ଗୋପ, ପିପିଲି, ସତ୍ୟବାଦୀ ଅଞ୍ଚଳରେ ତାଙ୍କର ୨୮ଟି ପ୍ଲଟ୍ ରହିଥିବା ବେଳେ ୨୫୦ ଗ୍ରାମର ସୁନା ଅଳଙ୍କାର ମିଳିଛି। ପ୍ରଫେସର ଦର୍ଶନ ବେହେରାଙ୍କର ୩ଟି ୪ ଚକିଆ ଗାଡ଼ିର ମୂଲ୍ୟ ୩୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଏବେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button