୧୪ରୁ ୧୮ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡିଶାରେ ବର୍ଷକୁ ହେଉଥିବା ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତିର ୫୦ପ୍ରତିଶତ ପିସିରେ ସରକାର ଚାଲିଛି। ଓଡିଶାରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ନଭେମ୍ବର ୧୪ରୁ ୧୮ ସମସ୍ତ ବ୍ଲକ ଆଗରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଅନିଲ ବିଶ୍ୱାଳ କହିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବେତନଟି ବ୍ଲକର ବଇଶିଙ୍ଗା ଜିପିର ଡାହିବାହି ଗାଁରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ସେହି ଅଂଚଳରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବାକୁ ଯାଉଛି। ସେଠିକାର ଗ୍ରାମବାସୀମାନେ ଏହି ଅଭିଯୋଗ କରିଛନ୍ତି। ସେଠାରେ “ଆମ ଓଡିଶା ନବୀନ ଓଡିଶା”ରେ ଏକ ମସଜିଦ ନିର୍ମାଣ ହେବାକୁ ଯାଉଥିବାରୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। “ଆମ ଓଡିଶା ନବୀନ ଓଡିଶା”ରେ ଓଡିଶାରେ ବଙ୍ଗଳାଦେଶୀ ଓ ରୋହିଙ୍ଗିଆ ଅବୈଧ ଅନୁପ୍ରବେଶକାରୀମାନଙ୍କୁ ଥଇଥାନ କରିବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button