ଅଳିଆଗଦାରୁ ମିଳିଥିବା ଆମେରିକୀୟ ଡଲାର ନକଲି

ବେଙ୍ଗାଲୁରୁ : ଅଳିଆଗଦାରୁ ମିଳିଥିବା ୨୫ କୋଟି ଟଙ୍କାର ଆମେରିକୀୟ ଡଲାର ନକଲି। ଯାଞ୍ଚ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ନୋଡାଲ ବ୍ୟାଙ୍କ ଏଚଡିଏଫସି ନୋଟସବୁ ନକଲି ସୁଚାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ନୋଟ୍‌ଗୁଡ଼ିକ ଛପା କିମ୍ବା ଫଟୋକପି କରାଯାଇଥିବା ସୂଚନା ମିଳିବା ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୪୮୯ଏ ଅନୁଯାୟୀ ଏତଲା ରୁଜୁ କରିଛି।

ଖବର ଅନୁଯାୟୀ ନଭେମ୍ବର ୧ ତାରିଖରେ ବେଙ୍ଗାଲୁରୁର ଏକ ଅଳିଆଗଦାରୁ ସଲମାନ୍‌ ଶେଖ୍‌ ନାମକ ଜରିଗୋଟାଳିଙ୍କୁ ୨୩ ବଣ୍ଡଲ ଆମେରିକୀୟ ଡଲାର ଥିବା ବ୍ୟାଗ୍‌ ମିଳିଥିଲା। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button