କଂଗ୍ରେସରେ ମିଶିବେ ଜୟରାମ ପାଙ୍ଗୀ

ଭୁବନେଶ୍ଵର : ଆସନ୍ତା ୧୬ ତାରିଖରେ ବରିଷ୍ଠ ରାଜନେତା ଜୟରାମ ପାଙ୍ଗୀ କଂଗ୍ରେସରେ ମିଶିବେ। ଯୋଗଦେବା ସୋସିଆଲ୍ ମିଡିଆ ଫେସବୁକରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶ୍ରୀ ପାଙ୍ଗୀ ଜନତା ଦଳରୁ ବିଜେଡି ପରେ ସେ ବିଜେପିକୁ ଯାଇଥିଲେ। କିଛିଦିନ ତଳେ ସେ ବିଜେପି ଛାଡ଼ି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସରେ ଯୋଗଦେଇ ଥିଲେ ହେଁ ନଭେମ୍ବର ୧୬ରେ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଶ୍ରୀ ପାଙ୍ଗୀ କୋରାପୁଟରୁ ବିଜେଡି ଟିକେଟରେ ସାଂସଦ ହୋଇଥିଲେ। ୨୦୧୯ରେ ବିଜେପିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିଥିଲେ।

Leave a Reply

Your email address will not be published. Required fields are marked *

Back to top button