୧୪ ଘଣ୍ଟାରେ ୮୦୦ ଥର ଭୂମିକମ୍ପ : ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ରେକଜାନେସ୍ ପେନିନ୍‌ସୁଲାରେ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଭୂକମ୍ପ ଝଟ୍‌କା। ଶୁକ୍ରବାର ରାତିରେ ଅନୁଭୂତ ଭୂକମ୍ପ ପରେ ଆଗ୍ନେୟ ଉଦଗିରଣ ଆଶଙ୍କାରେ ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ଖବର ଅନୁଯାୟୀ ସିଭିଲ୍ ସୁରକ୍ଷା ଓ ଜରୁରୀକାଳୀନ ପରିଚାଳନା ବିଭାଗର ସୂଚନା ଗ୍ରୀନଭିକର ଉତ୍ତରରେ ଥିବା ସୁନ୍ଦନଜୁକଗିରରେ ସିରିଜ୍‌ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ତେଣୁ ନାଗରିକଙ୍କ ସୁରକ୍ଷା ପାଇଁ ଜାତୀୟ ପୋଲିସ ମୁଖ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଶାସନ ଚେତାବନୀ ଦେଇଛି ଭୂମିକମ୍ପ ବଡ଼ ଧରଣର ହୋଇପାରେ କିମ୍ବା ସିରିଜ୍‌ ଭୂକମ୍ପ ବିସ୍ଫୋରଣର ରୂପ ନେଇପାରେ। ଆଇସଲ୍ୟାଣ୍ଡ୍ ମେଟ୍ ଅଫିସ୍ କହିଛି ଯେ. କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପ୍ରାଥମିକ ଆଇଏମଓର ଆକଳନ ଅନୁଯାୟୀ ଏହି ଭୂକମ୍ପ ୫.୨ ତୀବ୍ରତାର ଥିଲା। ସୂଚନାଯୋଗ୍ୟ ଅକ୍ଟୋବର ମଧ୍ୟଭାଗରୁ ଉପଦ୍ୱୀପରେ ପ୍ରାୟ ୨୪,୦୦୦ ଭୂକମ୍ପ ସଂଗଠିତ ହୋଇ ସାରିଲାଣି ବୋଲି ଆଇଏମଓ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Back to top button