୧୪ ଓଡ଼ିଆ ଶ୍ରମିକ ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି : ଭିଡ଼ିଓ ବାର୍ତ୍ତାରେ ଉଦ୍ଧାର ପାଇଁ ନିବେଦନ

ଭୁବନେଶ୍ଵର : ପରିବାର ପୋଷଣ ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିବା ୧୪ ଓଡ଼ିଆ ଶ୍ରମିକ ଗାବନରେ ଫସି ରହିଛନ୍ତି। ସେମାନଙ୍କୁ ନିର୍ଯାତନା ଦିଆଯାଉଥିବାରୁ ଭିଡ଼ିଓ ବାର୍ତ୍ତା ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଥିବା ଜଣାପଡିଛି।

ଖବର ଅନୁଯାୟୀ କେନ୍ଦ୍ରାପଡା ରାଜକନିକା ବ୍ଳକର ଜୟନଗର, କୋଇଲିପୁର ଓ ତୈଲକ୍ୟପୁର ଗ୍ରାମପଂଚାୟତର ୧୪ ଶ୍ରମିକ ଦକ୍ଷିଣ ଆଫ୍ରିକାର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଖାଇବା ପିିଇବାକୁ ମିଳୁନଥିବା ବେଳେ ୪ ମାସ ହେଲା କମ୍ପାନୀ ସେମାନଙ୍କୁ ଦରମା ଦେଉନାହିଁ। ସେମାନଙ୍କୁ ମାଡ ମରାଯିବା ସହିତ ପାସପୋର୍ଟ ଭିସା ଦିଆଯାଉନି। ଫଳରେ ପ୍ରତିଦିନ ପୋଲିସ ସେମାନଙ୍କୁୁ ଉଠାଇ ନେଇ ନିର୍ଯାତନା ଦେଉଛି। ଶ୍ରମିକମାନଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି। ଔଷଧ ମିଳୁନି। ଦିନକୁ ଦିନ ନିର୍ଯାତନା ବଢିଚାଲିଥିବାରୁ ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button