ମୁଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହିଁ : ଜ୍ୟୋତିରାଦିତ୍ୟ

ଭୋପାଳ : ମଧ୍ୟପ୍ରଦେଶରେ ବିଜେପି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ। ମୁଁ ଦଳର ଜଣେ ସେବକ। ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହିଁ କିମ୍ବା ଏହି ପଦବୀ ପାଇଁ ଲଢ଼ିବାର ପ୍ରଶ୍ନ ଉଠୁନାହିଁ। ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ।

ଖବର ଅନୁଯାୟୀ ଏକ ଟିଭି ଏକ ସାକ୍ଷାତ୍‌କାର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ କହିଛନ୍ତି କଂଗ୍ରେସ ଲୋକମାନେ କ୍ଷମତା ପାଇଁ ଲଢୁଛନ୍ତି। ସେମାନଙ୍କର ଗୋଷ୍ଠୀ ଅଛି। ମୁଖ୍ୟମନ୍ତ୍ରୀ ହେବାକୁ ସେମାନେ ଯୋଜନା କରୁଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସରେ ପ୍ରାୟ ୮ ଜଣ ନେତା ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହୋଇଗଲେଣି। ବିଜେପି କର୍ମୀମାନଙ୍କର ଗୋଟିଏ ଦଳ। ଆମେ ସମସ୍ତେ କାର୍ଯ୍ୟକର୍ତ୍ତା। ମଧ୍ୟପ୍ରଦେଶର ସମଗ୍ର ବିଜେପି ଚାହୁଁଛି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ। ମୁଁ ଏହି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଦୌ ନାହିଁ। ମୁଁ କେବଳ ଦଳର ଜଣେ ସେବକ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button