ଉତ୍ତରାଖଣ୍ଡରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଆସନ୍ତା ସପ୍ତାହଠାରୁ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ଯାଉଛି। ଦୀପାବଳି ପରେ ଉତ୍ତରାଖଣ୍ଡ ବିଧାନସଭାର ବସିବ ସ୍ୱତନ୍ତ୍ର ଅଧିବେସନ। ଏଥିରେ ୟୁନିଫର୍ମ ସିଭିଲ କୋଡ ବିଲ୍ ପାରିତ କରାଯିବ ବୋଲି ଜଣାପଡିଛି। ଏହାକୁ ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ।

ଖବର ଅନୁଯାୟୀ ଅବସରପ୍ରାପ୍ତ ଜଷ୍ଟିସ ରଂଜନ ଦେଶାଇଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଆଗାମୀ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏକ ରିପୋର୍ଟ ଦାଖଲ କରିବେ। ଏହାପରେ ଉତ୍ତରାଖଣ୍ଡ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେସନରେ ବିଲ୍ ପାରିତ କରାଯିବ। ଆଉ ଏହାକୁ ମିଳିବ ଆଇନଗତ ମାନ୍ୟତା।

ୟୁନିଫର୍ମ ସିଭିଲ କୋଡ (ୟୁସିସି) ଡ୍ରାଫ୍ଟ କମିଟିର ସଦସ୍ୟ ଥିବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ରଂଜନ ପ୍ରକାଶ ଦେଶାଇ କହିଛନ୍ତି ଉତ୍ତରାଖଣ୍ଡ ପାଇଁ ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ ଶେଷ ହୋଇଛି। ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ସେ କହିଛନ୍ତି ଡ୍ରାଫ୍ଟ ସହିତ ବିଶେଷଜ୍ଞ କମିଟିର ରିପୋର୍ଟ ମୁଦ୍ରଣ କରାଯାଇ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ଦାଖଲ କରାଯିବ। ସୂତ୍ର କହିଛି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ରହିଛି।

Leave a Reply

Your email address will not be published. Required fields are marked *

Back to top button