Tue. Dec 10th, 2019

ଟ୍ରେନ୍‌ରେ ଖାଦ୍ୟର ମୂଲ୍ୟ ବଢ଼ିବ

ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଓ ଦୂରୋନ୍ତୋ ଟ୍ରେନ୍‌ରେ ଅନ୍‌ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢିବ। ରେଲୱେ ବୋର୍ଡ ଭଡା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଖବର ଅନୁଯାୟୀ ଫାର୍ଷ୍ଟ କ୍ଲାସ୍‌ ଏସି ଓ ଏକ୍ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଚା’ ଦାମ ରହିବ ୩୫ ଟଙ୍କା। ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କା ଓ ମଧ୍ୟାହ୍ଣ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ ୨୪୫ ଟଙ୍କାରେ ଉପଲବ୍ଧ ହେବ।

ଦ୍ୱିତୀୟ ଶ୍ରେଣୀ ଏସି, ପ୍ରଥମ ଶ୍ରେଣୀ ଏସି ଓ ଚେୟାର କାର୍‌ରେ ଚା’ ୨୦ ଟଙ୍କାରେ ମିଳିବ, ଯାହାକି ପୂର୍ବରୁ ୧୫ ଟଙ୍କା ଥିଲା। ସେହିଭଳି ଜଳଖିଆ ୯୭ ଟଙ୍କା ବଦଳରେ ୧୦୫ ଟଙ୍କା ଏବଂ ମଧ୍ୟାହ୍ଣ ଭୋଜନ ଓ ରାତ୍ର ଭୋଜନ ୧୭୫ ବଦଳରେ ୧୮୫ ଟଙ୍କାରେ ଉପଲବ୍ଧ ହେବ। ଆହୁରି କୁହାଯାଇଛି ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଉପଲବ୍ଧ କରାଯିବ। ଖାଦ୍ୟର ଉଭୟ ମାନ ଓ ପରିମାଣକୁ ଗୁରୁତ୍ୱ ଦେବା ପାଇଁ ମେନ୍ୟୁରେ ଏଭଳି ପରିବର୍ତ୍ତନ ଅଣାଯିବ। ଆରସିଟିସି ଏହାର ଉତ୍ତରଦାୟିତ୍ୱ ନେବ।

Leave a Reply

Your email address will not be published. Required fields are marked *