Tue. Dec 10th, 2019

ପିଇଓଙ୍କୁ ଚପଲ ମାଡ଼ ଭିଡିଓ ଭାଇରାଲ

ଭୁବନେଶ୍ଵର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍‌ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ବସନ୍ତ ବେହେରାଙ୍କୁ ମହିଳାମାନେ ଚପଲରେ ମାରୁଥିବାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାମଥିବା ପରଜଙ୍ଗ ଥାନା ଅନ୍ତର୍ଗତ ଗତରେଇ ଗାଁର କିଛି ମହିଳାଙ୍କଠାରୁ ବସନ୍ତ ଟଙ୍କା ନେଇ ଥିଲେ। ଶୀଘ୍ର ଘର କାମ କରାଇ ଦେବାପାଇଁ ସେ ଏହି ଟଙ୍କା ନେଇଥିଲେ। କିନ୍ତୁ ଘର ଦେବାକୁ କହି ଠକି ଥିବାରୁ ଲୋକମାନେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ମାଡ ମାରିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *