ଚାକିରି ନାଁରେ ଠକେଇ କରିଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ଵର : ଚାକିରି ନାଁରେ ଠକେଇ। ଏହି ଅଭିଯୋଗରେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠ‌କିଥିବା ସନ୍ତୋଷ ମହୁରୀକୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ବାଲେଶ୍ୱରର ସନ୍ତୋଷ ଆଇଓସିଏଲ ଓ ରେଳ ବିଭାଗରେ ଚାକିରି କରାଇଦେବାକୁ କହି ୫୯ ଲକ୍ଷ ୨୫ ହଜାର ଟଙ୍କା ଠକେଇ କରିଥିବା କଟକ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାରକରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ସନ୍ତୋଷ ନିକଟରୁ ଜାଲ୍ ପରିଚୟ ପତ୍ର ଓ ବ୍ୟାଙ୍କ ପାସ୍‌ବୁକ୍‌ ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button