ଏନଏଚଆଇ ନିର୍ମାଣ କରିବ ୧୦ ହଜାର କିମି ଡିଜିଟାଲ୍ ରାଜପଥ

ନୂଆଦିଲ୍ଲୀ : ଜାତୀୟ ରାଜପଥରେ ମିଳିବ ଅସୀମିତ ସ୍ପିଡ଼ ଇଣ୍ଟରନେଟ। ଉପଲବ୍ଧ ହେବ ୫ଜି ନେଟୱାର୍କ। ସେଥିପାଇଁ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ବା ଏନଏଚଆଇ ଦେଶରେ ୧୦ ହଜାର କିଲୋମିଟର ଲମ୍ବାର ଡିଜିଟାଲ୍ ରାଜପଥ ନିର୍ମାଣ କରିବାକୁ ଯୋଜନା କରୁଛି। ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଆଶା କରାଯାଉଛି।

ଖବର ଅନୁଯାୟୀ ଡିଜିଟାଲ୍ ରାଜପଥ ରାଜପଥ ତଳେ ବିଛାଯିବ ଅପ୍ଟିକାଲ୍ ଫାଇବର କେବୁଲ୍। ଯାହାଫଳରେ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ ବୃଦ୍ଧି ପାଇବ। ଏହି ହାଇ-ଟେକ୍ ରାଜପଥ ନିର୍ମାଣ ପାଇଁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ୧୩୬୭ କିଲୋମିଟର ଓ ହାଇଦ୍ରାବାଦ-ବାଙ୍ଗାଲୋର କରିଡରରେ ୫୧୨ କିଲୋମିଟରକୁ ପାଇଲଟ୍ ପ୍ରକଳ୍ପ ଭାବେ ଚୟନ କରାଯାଇଛି। ଏହି ବ୍ୟବସ୍ଥା ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତେଲେଙ୍ଗାନାର ଦୁର୍ଗମ ଅଞ୍ଚଳକୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବାରେ ସାହାଯ୍ୟ କରିବ। ଏହାଛଡା ଜାତୀୟ ରାଜପଥରେ ସ୍ମାର୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ସ୍ଥାପନ କରାଯିବ। ଟ୍ରାଫିକକୁ ନିୟନ୍ତ୍ରଣ ଓ ଦୁର୍ଘଟଣାର ସମ୍ଭାବନା ହ୍ରାସ ପାଇବ। ଏଥିସହ ଇ-ବାଣିଜ୍ୟ ଓ ଅନ୍ୟାନ୍ୟ ବିତରଣ ସେବାକୁ ସହାୟତା କରିବ।

Leave a Reply

Your email address will not be published. Required fields are marked *

Back to top button