Tue. Dec 10th, 2019

ଗଜପତି ମହାରାଜାଙ୍କ ଭ୍ରମଣ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ପୁସ୍ତକ ‘ମାଜେଷ୍ଟିକ ମାରା’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। କେନିୟାର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ଗଜପତି ଦିବ୍ୟ ସିଂହ ଦେବ ଏହି ପୁସ୍ତକ ଲେଖିଛନ୍ତି।

ପୁସ୍ତକ ଉନ୍ମୋଚନ ବେଳେ କେନିୟାର ଓଡ଼ିଆ ସାଂସଦ ସ୍ୱରୂପ ମିଶ୍ର ଓ ଭାରତରେ କେନିୟାର ରାଷ୍ଟ୍ରଦୂତ ୱିଲି ବେଟ୍ ମଧ୍ୟ ଉପସ୍ଥିତ ରହିଥିଲେ। ପୁସ୍ତକରେ ସ୍ଥାନିତ ହୋଇଥିବା ଫଟୋଗୁଡିକୁ ଆଶିଷ ଧୀର, ଦିଲ୍ଲୀପ ଧୀର ସାମନ୍ତ ଓ ଅମରଜ୍ୟୋତି ସିଂ ଦେଓ ଉତ୍ତୋଳନ କରିଛନ୍ତି। ମଶାଇ ମାରା ଅଭୟାରଣ୍ୟ କେନିଆ ଓ ତାଞ୍ଜାନିଆ ସୀମାରେ ରହିଛି। ମାରା ନଦୀ ଏହା ମଧ୍ୟ ଦେଇ ପ୍ରବାହିତ ହୋଇଛି। ଅଭୟାରଣ୍ୟରେ ଜେବ୍ରା, ହରିଣ, ହାତୀ, ସିଂହ ଓ ଚିତାବାଘ ଆଦି ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ। ଏହି ଅଭୟାରଣ୍ୟ ପାଖାପାଖି ୧୫୦୦ ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟାପ୍ତ ହୋଇଥିବାବେଳେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଯାଇଥାନ୍ତି।

Leave a Reply

Your email address will not be published. Required fields are marked *