କେନ୍ଦୁଝରରୁ ଚୋରି ବୋଲେରୋ କଲିକତାରୁ ଜବତ

କେନ୍ଦୁଝର : କେନ୍ଦୁଝର ଜଗନ୍ନାଥପୁର ଛକରୁ ଚୋରି ହୋଇଥିବା ବୋଲେରୋ ଗାଡିକୁ ପୋଲିସ କଲିକତାରୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି।

ଖବର ଅନୁଯାୟୀ ବୋଲେରୋ ଚୋରି ହୋଇଥିବା ଅଭିଯୋଗ ପରେ ଟାଉନ ଥାନାରେ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିବା ସହିତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ସ୍ୱତନ୍ତ୍ର ଟିମ୍ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବାକୁ କଲିକତା ଅଭିମୁଖେ ଯାଇ ଶେଖପଡାରେ ପହଞ୍ଚିଥିଲା। ସେଠାରେ ବୋଲେରୋକୁ ଜବତ କରିବା ସହିତ ସେଯାଦ ଅଲ୍ଲୀ ନାମକ ଜଣେ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସର ସୂଚନା ଅଭିଯୁକ୍ତ ସେଯାଦ ଅଲ୍ଲୀ ଓଲା ଉବେର ଟ୍ୟାକ୍ସି ଗାଡି ଚଲାଉଥିଲା। ତେଣୁ ଗାଡି ଚୋରି କରିବାକୁ ୫ ତାରିଖ ଦିନ ଏକ ଭଡା ଗାଡି ଯୋଗେ ଯୋଡ଼ାରେ ପହଞ୍ଚି ଥିଲା। ପରଦିନ ଅର୍ଥାତ ୬ ତାରିଖରେ କେନ୍ଦୁଝର ଆସି ଜଗନ୍ନାଥପୁର ଛକ ନିକଟରୁ ବୋଲେରୋଟିକୁ ଚୋରି କରିଥିଲା। ଗାଡିର ନମ୍ବର ବଦଳାଇ ଲଗାଇଥିଲା ନମ୍ବର ପ୍ଲେଟ। ପୋଲିସ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ବେଳେ ମୋବାଇଲ, କିଛି ନଗଦ ଟଙ୍କା ଓ ସେ କେନ୍ଦୁଝର ଆସିଥିବା ଟ୍ୟାକ୍ସି ଗାଡିକୁ ଜବତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button