Tue. Dec 10th, 2019

ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ: ଗଣଶିକ୍ଷା ମନ୍ତ୍ରୀ କହିଲେ ବିଭ୍ରାନ୍ତ କରିବାର ଉଦ୍ଦେଶ୍ୟ ନଥିଲା, ଲିଫଲେଟକୁ ପ୍ରତ୍ୟାହାର କରାଯାଇଛି

ଭୁବନେଶ୍ଵର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ନେଇ ଲିଫଲେଟରେ ପ୍ରକାଶ ପାଇଥିବା ଭୁଲ ତଥ୍ୟ ଉପରେ ଆଜି ବିଧାନସଭାରେ ବିବୃତ୍ତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସେ କହିଛନ୍ତି ବିଭ୍ରାନ୍ତ କରିବାର ଉଦ୍ଦେଶ୍ୟ ନଥିଲା। ଲିଫଲେଟକୁ ବର୍ତ୍ତମାନ ପ୍ରତ୍ୟାହାର କରାଯାଇଛି। ଏହାଛଡା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସେବାରୁ ନିବୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦୁଇ ଅଧିକାରୀଙ୍କୁ କୈଫୟତ ତଲବ କରାଯାଇଛି। ମାସକ ଭିତରେ ଲିଫଲେଟର ପୁନଃ ମୂଦ୍ରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଗୃହକୁ ଜଣାଇଛନ୍ତି।

ଗତକାଲି ବିଧାନସଭାରେ ଗାନ୍ଧୀ ଓ ଗଡସେ ପ୍ରସଙ୍ଗକୁ ନେଇ ବିରୋଧୀ ଶାସକ ଦଳକୁ ଘେରିଥିଲେ। କଡା ଭାଷାରେ କରିଥିଲେ ସମାଲୋଚନା। ଶାସକ ଦଳର ବିଧାୟକମାନେ ମଧ୍ୟ ଭୁଲକୁ ନାପସନ୍ଦ କରିଥିଲେ। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ବାଚସ୍ପତି ରୁଲିଂ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀଙ୍କୁ ଆଜି ଗୃହରେ ବିବୃତ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଲିଫଲେଟ ରାଜ୍ୟର ସ୍କୁଲଗୁଡିକରେ ବଣ୍ଟାଯାଇଥିଲା। ଏଥିରେ ଲେଖାଥିଲା ୧୯୪୮ ମସିହା ଜାନୁଆରୀ ୩୦ରେ ଏକ ଆକସ୍ମିକ ଘଟଣା କ୍ରମରେ ଗାନ୍ଧୀଜୀଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *