ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ଆଶ୍ରମ ସ୍କୁଲର ୨ ଶିକ୍ଷକ ନିଲମ୍ବିତ

ନବରଂଗପୁର : ରାଇଘର ଅଞ୍ଚଳର ସେବାଶ୍ରମ ବିଦ୍ୟାଳୟ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ପ୍ରଧାନଶିକ୍ଷକ ସୁଚେନ୍ଦ୍ର ଚନ୍ଦ୍ର ବିଶ୍ଵାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ନିଲମ୍ବନ କରାଯାଇଛି।

ଖବର ଅନୁଯାୟୀ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ‌ଶୁକ୍ରବାର ପୀଡ଼ିତାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଥିଲା। ପୀଡ଼ିତାଙ୍କ ମାନସିକ ଅବସ୍ଥା ସ୍ଥିର ହେବା ପରେ ୧୬୪ରେ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି। ଦୁଇ ଦୁଷ୍କର୍ମ ଅଭିଯୁକ୍ତ ତଥା ସେବାଶ୍ରମର ପ୍ରଧାନଶିକ୍ଷକ ସୁଚେନ୍ଦ୍ର ବିଶ୍ଵାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ୧୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଛି।

Leave a Reply

Your email address will not be published. Required fields are marked *

Back to top button