କେନ୍ଦୁଝର : ହାତୀ ମୃତ୍ୟୁ ଘଟଣାରେ ୫ ଗିରଫ

କେନ୍ଦୁଝର : ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ରୁଗୁଡ଼ି ଗାଁର ସନ୍ତୋଷ ମୁଣ୍ଡା, ଜନସନପୁର ଗାଁର ମିଥୁନ ପଧାନ, ପୁଟରୁ ପଧାନ, ସୁଦର୍ଶନ ମୁଣ୍ଡା ଓ ଜିତୁ ମୁଣ୍ଡା।

ଖବର ଅନୁଯାୟୀ କେଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଭାଡ଼ିମରା ଗାଁ ପାଖରେ ଗତକାଲି ଏହି ଶିକାରୀମାନେ ବାର୍‌ହା ଶିକାର କରିବାକୁ ତାର ବିଛାଇ ଥିଲେ। ସେଠାରୁ ପ୍ରାୟ ୧ କିଲୋମିଟର ଦୂର ଜଙ୍ଗଲରେ ଥିବା ୧୧ କେଭି ତାରରେ ହୁକ ପକାଇ ବିଦ୍ୟୁତ୍ ସଂଯୋଗ କରିଥିଲେ। ସେହି ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। କିନ୍ତୁ ସେମାନେ ପ୍ରମାଣ ନଷ୍ଟ କରିବାକୁ ତାରଗୁଡ଼ିକୁ ବାହାର କରି ଦେଇଥିଲେ। ହେଲେ ଘଟଣାସ୍ଥଳରେ କିଛି କାଠ ଖୁଣ୍ଟ ପୋତାଯାଇ ଥିବା ଦେଖିବାକୁ ମିଳିଥିଲା। ତାର ଗୁଡ଼ିକୁ ସେମାନେ ରୁଗୁଡ଼ି କଲୋନୀ ସାହି ପୋଖରୀରେ ପକାଇ ଦେଇଥିଲେ। ଉକ୍ତ ବିଦ୍ୟୁତ୍ ତାରକୁ ବନ ବିଭାଗ ଜବତ କରିଛି।

Leave a Reply

Your email address will not be published. Required fields are marked *

Back to top button