Tue. Dec 10th, 2019

ଆଲ୍ଲାବାଦ୍‌ ପର୍ଯ୍ୟନ୍ତ ଚାଲିବ ସ୍ଵତନ୍ତ୍ର ଟ୍ରେନ୍‌

ଭୁବନେଶ୍ଵର : ଦେଶର ପସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଯାତ୍ରା କରିବା ନିମନ୍ତେ ଯାତ୍ରୀଙ୍କ ପାଇଁ ଚାଲିବ ସ୍ଵତନ୍ତ୍ର ଟ୍ରେନ୍‌। ବିଶାଖାପାଟଣାରୁ ଆଲ୍ଲାବାଦ୍‌ ପର୍ଯ୍ୟନ୍ତ ଯିବାକୁ ଥିବା ଏହି ଟ୍ରେନ୍‌ ଭୁବନେଶ୍ଵର, ଭଦ୍ରକ ଓ ଗୟା ଦେଇ ଯିବ। ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ନିୟମିତ ଯାଇଥିବା ଟ୍ରେନ୍‌ ଗୁଡ଼ିକରେ ଟିକେଟ୍‌ ପାଇବାରେ ସମସ୍ୟା ଅନୁଭବ କରୁଥିଲେ ଯାତ୍ରୀମାନେ ଏହି ସ୍ଵତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିପାରିବେ।

ଟ୍ରେନ୍‌ଟି ବିଶାଖାପାଟଣାରୁ ବାହାରି ବିଜୟନଗରମ, ଶ୍ରୀକାକୁଲମ ରୋଡ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ଵର, ନରାଜ, ମାର୍ଥାପୁର, ଭଦ୍ରକ, ବାଲେଶ୍ଵର, ହିଜିଳି, ମିଦନାପୁର, ବଙ୍କୁଡ଼ା, ଆଦ୍ରା, ଗୋମହ, କୋଡରମା, ଗୟା, ଶଶାରାମ, ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ସନ, ମିର୍ଜାପୁର ଦେଇ ଆଲ୍ଲାବାଦ୍‌ରେ ପହଞ୍ଚିବ। ଏହି ଟ୍ରେନ୍‌ ନଭେମ୍ବର ୨୬ ତାରିଖରୁ ଡିସେମ୍ବର ୧୦ ତାରିଖ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ୧୧.୫୦ରୁ ବିଶାଖାପାଟଣାରୁ ବାହାରି ସୁଭେନ୍ଦରଗଞ୍ଜ (ଆଲ୍ଲାବାଦ)ରେ ଗୁରୁବାର ୩.୩୦ରେ ପହଞ୍ଚିବ।

Leave a Reply

Your email address will not be published. Required fields are marked *