Tue. Dec 10th, 2019

ଏସସିବିରେ ଶବ ବ୍ୟବଚ୍ଛେଦ ବେଳେ ଡାକ୍ତର ଆଖି କାଢ଼ିନେଇଥିବା ଅଭିଯୋଗ

ଭୁବନେଶ୍ଵର : ଶବ ବ୍ୟବଚ୍ଛେଦ ସମୟରେ ମୃତ ବ୍ୟକ୍ତିର ଆଖି କାଢ଼ିଦେଲେ ଡାକ୍ତର। ଏଭଳି ଘଟଣା କଟକ ବଡ ଡାକ୍ତରଖାନାରେ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ଅଭିଯୋଗ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇନି। ଅଶିକ୍ଷିତ ହୋଇଥିବାରୁ ତାଙ୍କୁ ନ ଜଣାଇ ଚକ୍ଷୁଦାନ କାଗଜପତ୍ରରେ ହସ୍ତାକ୍ଷର କରାଇ ନେଇଛନ୍ତି। ଏହି ଘଟଣାର ତଦନ୍ତ ଦାବିରେ ପାଇଁ ମୃତକଙ୍କ ପରିବାର ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀର ବୀର ଓରଫ ନଣ୍ଡା ଗାଗରାଇ ପାରିବାରିକ କଳହରୁ ଗତ ୭ତାରିଖରେ ବିଷ ପିଇଦେଇଥିଲେ। ଘର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ଏସସିବିକୁ ନେଇଥିଲେ। ସେଠାରେ ୧୧ ତାରିଖ ଦିନ ନଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରିବା ପାଇଁ କୁହାଯାଇଥିଲା। ନଣ୍ଡାଙ୍କ ପତ୍ନୀ ଚମ୍ପା ଗାଗରାଇ ଓ ଭାଇ ଅଶିକ୍ଷିତ ହୋଇଥିବାରୁ ଟିପ ଚିହ୍ନ ଦେଇଥିଲେ। ଶବ ବ୍ୟବଛେଦ ସରିବା ପରେ ମୃତଦେହ ଗାଁ’କୁ ଆଣିଥିଲେ। କିନ୍ତୁ ଅନ୍ତିମ ସତ୍କାର ସମୟରେ ଆଖି ନଥିବା ଦେଖିବାକୁ ପାଇଥିଲେ। ଗାଁର ଅନ୍ୟ ଲୋକଙ୍କୁ ନଣ୍ଡାଙ୍କ ପରିବାର ଏସସିବିରୁ ମିଳିଥିବା କାଗଜପତ୍ର ଦେଖାଇବାରୁ ଜଣା ପଡ଼ିଥିଲା ନଣ୍ଡାଙ୍କ ପରିବାର ନିଜ ଇଚ୍ଛାରେ ଚକ୍ଷୁ ଦାନ କରିଛନ୍ତି। କିନ୍ତୁ ଏବେ ନଣ୍ଡାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ସେମାନେ ଅଶିକ୍ଷିତ ଆଦିବାସୀ ହୋଇଥିବାରୁ ତାଙ୍କୁ ଠକି ଡାକ୍ତର ଆଖି ନେଇଯାଇଛନ୍ତି।

Leave a Reply

Your email address will not be published. Required fields are marked *