ଗାଜା ହସ୍ପିଟାଲ୍‌ରୁ ଶିଶୁଙ୍କୁ ସ୍ଥାନାନ୍ତର ପାଇଁ ଇସ୍ରାଏଲ୍‌ ପ୍ରସ୍ତୁତ

ଗାଜା : ଆତଙ୍କବଦୀ ସଂଗଠନ ହମାସର ମୂଳପୋଛ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ। ପୂର୍ବରୁ ଇସ୍ରାଏଲ ଏହା ସ୍ପଷ୍ଟ କରିଥିବା ବେଳେ ଆକ୍ରମଣକୁ ତୀବ୍ର କରିଛି। ଫଳରେ ବିପନ୍ନ ହୋଇଛି ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା। ଗାଜାର ଅଲ-ସିଫା ଡାକ୍ତରଖାନା ନିକଟରେ ହମାସ ଓ ଇସ୍ରାଏଲର ସୈନ୍ୟବାହିନୀ ମୁହାଁମୁହିଁ ହୋଇଛନ୍ତି।

ଖବର ଅନୁଯାୟୀ ଗାଜାର ଅଲ-ସିଫା ଡାକ୍ତରଖାନା ଉପରେ ଆକ୍ରମଣ ହେବାର ଆଶଙ୍କା ଥିବାରୁ ସେଠାରେ ଆଶ୍ରୟ ନେଉଥିବା ହଜାର ହଜାର ରୋଗୀ ଓ ବିସ୍ଥାପିତ ଦକ୍ଷିଣକୁ ପଳାଇଥିଲେ। କିନ୍ତୁ ପାଲେଷ୍ଟାଇନ କର୍ତ୍ତୃପକ୍ଷ କହିଛନ୍ତି ସେଠାରେ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ସଂଘର୍ଷ ଯୋଗୁ ଇନ୍ଧନ ମିଳୁନଥିବାରୁ ଅନେକ ଲୋକ ବିପଦରେ ପଡ଼ିଛନ୍ତି।

ଅନ୍ୟପକ୍ଷରେ ଇସ୍ରାଏଲ ସେନା ଘୋଷଣା କରିଛି ଅଲ-ସିଫା ଡାକ୍ତରଖାନାରୁ ଶିଶୁମାନଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ। ସୈନ୍ୟମାନେ ସ୍ଥାନାନ୍ତର ପ୍ରକ୍ରିୟାରେ ସହାୟତା କରିବେ ବୋଲି ରବିବାର ସେନାବାହିନୀ ମୁଖପାତ୍ର କହିଛନ୍ତି। ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଆନ୍ତର୍ଜାତୀୟ ଆବେଦନ ସତ୍ତ୍ୱେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଗାଜାର ଶାସକ ହମାସ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଇସ୍ରାଏଲର ଅଭିଯାନ ଜାରି ରହିବ। ତେବେ ଗାଜା ଡାକ୍ତରଖାନା ଉପରେ ଗୁଳି ଚଳାଇଥିବା ଖବରକୁ ନେଇ ଇସ୍ରାଏଲ ସାମରିକ ମୁଖପାତ୍ର ଡାନିଏଲ ହାଗରୀ ଟେଲିଭିଜନରେ କହିଛନ୍ତି ମିଥ୍ୟା ସୂଚନା ପ୍ରଚାରିତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button