ପାରିବାରିକ କଳହରୁ ସାନ ଭାଇକୁ ଏସିଡ ମାଡ଼

ଢେଙ୍କାନାଳ : ଭୁବନ ବ୍ଲକ ବାଳିବୋ ପଞ୍ଚାୟତ ଅନ୍ତର୍ଗତ ଗଡଗହଁପୁର ଲତାବିଲ ଗ୍ରାମର ଏସିଡ ମାଡ଼। ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗଡଗହଁପୁର ଲତାବିଲ ଗ୍ରାମର ଯୋଗୀ ନାୟକଙ୍କ ଚାରି ପୁଅ। ବଡ଼ ପୁଅ ସୁମନ ଅନ୍ୟତ୍ର ରହୁଥିବା ବେଳେ ମଝିଆଁ ଦୁଇ ପୁଅ ଗାଁ’ରେ ରହନ୍ତି। ସାନପୁଅ ଭାଗିରଥୀ ନାୟକ ସୁରପ୍ରତାପପୁର ଶଶୁର ଘରେ ରୁହନ୍ତି। ଶନିବାର ଭାଗିରଥୀ ନିଜ ଗାଁ ଲତାବିଲକୁ ଆସି ଘର ପଟ୍ଟା ମାଗି ବିଫଳ ହେବାରୁ ପାଟିତୁଣ୍ଡ କରିଥିଲେ। ରାତିରେ ଘରେ ଥିବାବେଳେ ତାଙ୍କୁ କେହି ଏସିଡ ମାଡ କରିବାରୁ ଭାଗିରଥୀଙ୍କୁ ଭୁବନ ଡାକ୍ତରଖାନା ଭର୍ତ୍ତି କରଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ମାଜିଷ୍ଟ୍ରେଟଙ୍କୁ କହିଛନ୍ତି ଭାଇମାନଙ୍କ ସହିତ ତାଙ୍କର ପାରିବାରିକ କଳହ ଥିଲା। ସ୍ଥାନୀୟ ପୋଲିସ ପୀଡ଼ିତର ଦୁଇ ଭାଇଙ୍କୁ ଘରୁ ଉଠାଇ ଆଣି ପଚରାଉଚରା କରିଥିବା ବେଳେ ପୀଡ଼ିତଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button