ପୁଅକୁ ବଞ୍ଚାଇବାକୁ ଯାଇ ବାପା ବୁଡ଼ିଗଲେ

କଟକ : କାଠଯୋଡ଼ି ନଦୀରେ ବୁଡ଼ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ। ମୃତକଙ୍କ ନାଁ ସରୋଜ ସାହୁ। ସେ ନରାଜ ତେଲି ସାହିର ବାସିନ୍ଦା ବୋଲି ଜଣାପଡିଛି।

ଖବର ଅନୁଯାୟୀ ରବିବାର ସରୋଜ ସାନ ପୁଅକୁ ନେଇ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପୁଅ ନଦୀର ଚୋରାବାଲିରେ ବୁଡି ଯିବାରୁ ତାକୁ ବଞ୍ଚାଇବାକୁ ଯାଇ ସରୋଜ ଚୋରାବାଲିରେ ଫସି ଯାଇଥିଲେ। ସେହି ସମୟରେ ସେଠାରେ ଗାଧୋଉଥିବା ମହିଳାମାନେ ଲୁଗା ପକାଇ ସରୋଜଙ୍କ ପୁଅକୁ ଉଦ୍ଧାର କରିଥିଲେ। କିନ୍ତୁ ସରୋଜ ବୁଡ଼ି ଯାଇଥିଲେ। ମତ୍ସ୍ୟଜୀବୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button