ନିର୍ମାଣାଧୀନ ଟନେଲ୍‌ ଭୁଶୁଡ଼ିଲା : ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଶନିବାର ରାତିରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ିପଡିଛି। ସେଥିରେ ପ୍ରାୟ ୩୬ରୁ ଅଧିକ କର୍ମଚାରୀ ଫସି ରହିଥିବା ଆଶଙ୍କା ଥିବାରୁ ସେମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଓ ପୋଲିସ୍‌ ପହଞ୍ଚିଥିବା ଜଣାପଡିଛି।

ଖବର ଅନୁଯାୟୀ ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥର ସିଲ୍‌କ୍ୟାରାରୁ ଦଣ୍ଡାଲ୍‌ଗାଓଁକୁ ସଂଯୋଗ କରୁଥିବା ଏହି ନିର୍ମାଣାଧୀନ ଟନେଲରେ ଦୁର୍ଘଟଣା ଘଟିଛି। ଟନେଲ ଆରମ୍ଭରୁ ପ୍ରାୟ ୨୦୦ ମିଟର ଆଗରେ ଭୁଶୁଡ଼ି ପଡ଼ିଛି। ସେଠାରୁ ଭଗ୍ନ ସାମଗ୍ରୀ ସବୁ କାଢ଼ିବା ପାଇଁ ଡ୍ରିଲିଂ ମେସିନ୍ ବ୍ୟବସ୍ଥା କରାଯାଇଥିବା ବେଳେ ଭିତରକୁ ଅମ୍ଳଜାନ ପାଇପ୍ ପଠାଯାଇଛି। ଅଧିକାରୀମାନଙ୍କ ଆକଳନ କରୁଛନ୍ତି ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବାକୁ ୨-୩ ଦିନ ସମୟ ଲାଗିପାରେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜୀବନହାନୀ ହୋଇନାହିଁ। ଆମେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button