ମୋରମ ଖାଦାନରେ ପଡି ମହିଳା ମୃତ

ଘଷିପୁରା : ମୋରମ ଖାଦାନରେ ପଡି ଜଣେ ମହିଳା ମୃତ୍ୟୁ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ନନ୍ଦିପଦା ଥାନା ଅନ୍ତର୍ଗତ ଅସିଆ ଗ୍ରାମର ରମେଶ ମୁଣ୍ଡାଙ୍କ ପତ୍ନୀ ମେଞ୍ଜ ମୁଣ୍ଡା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ସେ ଗଛ ଚେରରୁ ଟାଣୁଥିବା ସମୟରେ ମୋରମ ଖାଦାନକୁ ଖସି ପଡିଥିଲେ। ତାଙ୍କ ଉପରେ ମୋରମ ଗଦା ହୋଇଯାଇଥିଲା। ସେଠାରୁ ଉଦ୍ଧାରକରି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟକୁ ଆଣୁଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇ ସମାଜସେବୀ ଝାନସି ରାଣୀ ଦାସ ମୃତକ ପରିବାରଙ୍କ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button