ହାଇକୋର୍ଟଙ୍କ ଶ୍ମଶାନ ଜମି ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାନି

ଘଷିପୁରା : ତୁରାଣିଆପାଳ ଗ୍ରାମର ଶ୍ମଶାନ ଜମିରୁ ଜବରଦଖଲ ହଟାଇବା ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାନି। ପ୍ରଶାସନିକ ଅଧିକାରୀ ଏହାକୁ ଏଡାଇଯାଇ ନେତାଙ୍କ ଚାପରେ ଏଭିକ୍ସନ ହୋଇଥିବା ରିପୋର୍ଟ ଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଘଷିପୁରା ତହସିଲ ଅନ୍ତର୍ଗତ ତୁରାଣିଆପାଳ ଗ୍ରାମର ଶ୍ମଶାନ ଜମିକୁ କଛି ବ୍ୟକ୍ତି ଜବରଦଖଲ କରି ଗୃହ ନିର୍ମାଣକରି ରହୁଛନ୍ତି। ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଗ୍ରାମର ଚତୁର୍ଭୁଜ ପଣ୍ଡାଙ୍କ ସମେତ ରମେଶ ଚନ୍ଦ୍ର ଯେନା, ଅଲେଖ ଯେନା, ଚନ୍ଦ୍ରମଣି ଯେନା, ପ୍ରଶାନ୍ତ ଯେନା, ଦୈତରୀ ଯେନା ଓ ନୀଳମଣି ଯେନା ପ୍ରମୁଖ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ମାନ୍ୟବର ଉଚ୍ଚନ୍ୟାୟାଳୟ ଆବେଦନକୁ ବିଚାର କରି ଜବରଦଖଲ ଗୃହ ଭାଙ୍ଗିବା ପାଇଁ ତତ୍ କାଳୀନ ତହସିଲଦାର ରାମଚନ୍ଦ୍ର ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତହସିଲଦାର ବିଭିନ୍ନ ଆଳରେ ଶ୍ମଶାନ ଜମି ଜବରଦଖଲ ଉଚ୍ଛେଦ କରିନଥିଲେ। ଏହାକୁ ନେଇ ତୁରାଣିଆପଳ ଗ୍ରାମବାସୀ ପୁନର୍ବାର ଉଚ୍ଚନ୍ୟାୟାଳୟକୁ ଯାଇଥିଲେ। କୋର୍ଟ ପୁନର୍ବାର ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ ହେଁ ରାମଚନ୍ଦ୍ର ଜେନାଙ୍କର ବଦଳି ହୋଇଯାଇଥିଲା। ବାବୁଲ ପରେଇ ତହସିଲଦାର ଭାବେ ଯୋଗଦେଇଥିଲେ। ସେ ମଧ୍ୟ ଉଚ୍ଚନ୍ୟାୟାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଲେନାହିଁ।

ଚତୁର୍ଭୁଜ ପଣ୍ଡା ତତ୍ କାଳୀନ ତହସିଲଦାର ବାବୁଲ ପେରେଇଙ୍କ ନାମରେ କଣ୍ଟେପ୍ଟ କେସ ନ ୪୬୪୪/୨୦୨୨ ଡବ୍ଲୁ ପି (ସି)୧୪୩୧୩/୨୦୨୧ କରାଯାଇଥିଲା ଏଥିରେ ଉଚ୍ଚନ୍ୟାୟାଳୟ ତୁରାଣିଆପଳ ଶ୍ମଶାନ ଜମିରୁ ଜବଦଖଲକାରୀଙ୍କୁ ଉଚ୍ଛେଦକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବଳରେ ତତ୍ କାଳୀନ ତହସିଲଦାର ବାବୁଲ ପେରେଇ ଶ୍ମଶାନ ଜମିରୁ ଜବଦଖଳରିଙ୍କୁ ଉଚ୍ଛେଦ କରିଥିଲେ। ପରବର୍ତ୍ତୀ ସମୟରେ ଉଚ୍ଛେଦକାରୀମାନେ ସେହି ସ୍ଥାନରେ ପଲିଥିନ୍ ମାରି ବସବାସ କରିବା ସହିତ ପରେ ଆଜବେଷ୍ଟ ପକାଇ ଘର ତିଆରି କରିଥିଲେ। ଗ୍ରାମର ଚତୁର୍ଭୁଜ ପଣ୍ଡା ପୁନର୍ବାର ଉଚ୍ଚନ୍ୟାୟାଳୟରେ ଆବେଦନ କରିବାରୁ କୋର୍ଟ ପୁଣି ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତହସିଲଦାର ବାବୁଲ ପେରେଇଙ୍କର ବଦଳି ହୋଇଗଲା। ଦାଇତ୍ୱରେ ଥିବା ଘସିପୁରା ବିଡିଓ ଅସିତ୍ ମହାନ୍ତି ଉକ୍ତ ଆଦେଶକୁ ପାଳନ କରିବା ପରିବର୍ତ୍ତେ ତୁରାଣିଆପଳ ଗ୍ରାମ୍ ଶ୍ମଶାନ ଜମିରେ ଜବରଦଖଲ ନଥିବା ନେଇ ଆଫିଡ଼େବିଟି ଜରିଆରେ ଦର୍ଶାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକୃତ କଥା ହେଲା ଶ୍ମଶାନ ଜମିରେ ଗୃହ ନିର୍ମାଣ ହୋଇଥିବା ଦେଖିବାକୁ ମିଳଛି। ଏହାକୁ ଦେଖି ଲୋକେ କହୁଛନ୍ତି ନେତାଙ୍କ ଚାପରେ ଅଧିକାରୀ ଚୋପା ହୋଇ ଏଭିକ୍ସନ ରିପୋର୍ଟ ଦେଇଛନ୍ତି। ଏ ସଂପର୍କରେ ଘଷିପୁରା ତହସିଲଦର ନୀଳକଣ୍ଠ ବେହେରା କହିଛନ୍ତି ସେ ଜାଣି ନାହାନ୍ତି ବୁଝିଲା ପରେ ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *

Back to top button