Thu. Jun 27th, 2019
297 views

କଲେଜ ଛାତ୍ରୀଙ୍କୁ ସାଙ୍ଗରେ ଶୋଇବାକୁ ବାଧ୍ୟ କରି ପ୍ରିନ୍ସିପାଲ ଗିରଫ

ସେୟାର କରନ୍ତୁ:-

ମୁମ୍ବାଇ : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଅବସ୍ଥିତ ଏକ ନର୍ସିଂ କଲେଜରେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଥାନାରେ ଏତଲା ରୁଜୁ ହୋଇଛି । ପୋଲିସ ଏହି ମାମଲାରେ ପୂର୍ବତନ କଂଗ୍ରେସ ବିଧାୟକ ସୁଭାଷ ଧୂତେଙ୍କୁ ଗିରଫ କରିଥିବା ବେଳେ ରାଜୁରା ନଗରପାଳିକା ଅଧ୍ୟକ୍ଷ ଅଋଣ ଧୂତେ ମଧ୍ୟ ଗିରଫ ହୋଇଛନ୍ତି।

ପ୍ରକାଶିତ ବିବରଣୀ ଅନୁଯାୟୀ, ସୂଭାଷ ରାଜୁରାସ୍ଥିତ କଲ୍ୟାଣୀ ନର୍ସିଂ ଏଜୁକେସନ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ଅଟନ୍ତି । ଅଭିଯୋଗକାରିଣୀ ଏହି ଅନୁଷ୍ଠାନରେ ପାଠ ପଢୁଥିଲେ । ତେବେ ତତ୍କାଳୀନ ପ୍ରିନ୍ସିପାଲ ଅଋଣ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା କରିବାକୁ କହିଥିଲେ । ଏଥିରେ ସେ ରାଜି ନ ହେବାରୁ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଛି । ଏ ନେଇ ଛାତ୍ରୀ ସଂସ୍ଥାନର ଅଧ୍ୟକ୍ଷ ସୁଭାଷଙ୍କ ନିକଟରେ ମଧ୍ୟ ଅଭିଯୋଗ ମଧ୍ୟ କରିଥିଲେ । ହେଲେ କାର୍ଯ୍ୟାନୁଷ୍ଠାନ କରିବା ବଦଳେ ତାଙ୍କୁ କଲେଜରୁ ବହିଷ୍କାର କରିଥିବା ପୋଲିସ ଅଭିଯୋଗରେ ଦର୍ଶାଇଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା । ଘଟଣା ନେଇ ଛାତ୍ରୀଜଣକ ନିକଟରେ  ପୋଲିସରେ ଅଭିଯୋଗ କରିବା ପରେ କଲେଜର ତତ୍କାଳୀନ ପ୍ରିନ୍ସିପାଲ ଓ କଲେଜର ଅଧ୍ୟକ୍ଷ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଜାମିନ ନିବେଦନ ଖାରଜ ହୋଇଯାଇଥିବା ବେଳେ କୋର୍ଟ ସେମାନଙ୍କୁ ମେ ୨୪ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *