ରିଲିଜ୍‌ ହେଲା ଫିଲ୍ମ ଟାଇଗର୍‌-୩

ମୁମ୍ବାଇ : ଦୀପାବଳି ଅବସରରେ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଚଳଚ୍ଚିତ୍ର ‘ଟାଇଗର ୩’ ମୁକ୍ତିଲାଭ କରିସାରିିଛି। ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ପ୍ରଶଂସା କରୁଛନ୍ତି।

ଖବର ଅନୁଯାୟୀ କ୍ୟାଟ୍ରିନାଙ୍କ ସ୍ୱାମୀ ତଥା ଅଭିନେତା ଭିକି ସୋସିଆଲ ମିଡିଆ ଆକାଉଣ୍ଟରେ ଏ ସମ୍ପର୍କରେ ସୂଚନା ଦେବା ସହିତ ଫିଲ୍ମର ସମୀକ୍ଷାକୁ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଯାହା ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମ ପୋଷ୍ଟରେ ସଲମାନ ଓ କ୍ୟାଟ୍ରିନାଙ୍କ ‘ଟାଇଗର ୩’କୁ ଭିକି ପ୍ରଶଂସା କରି ଲେଖିଛନ୍ତି ୨୦୨୩ର ଦିୱାଲୀ ଉପହାର। ‘ଟାଇଗର’ ଏକ ବହୁତ ଭଲ ଚଳଚ୍ଚିତ୍ର। ଟାଇଗର, ଜୋୟା, ଆତିଶ କମାଲ। ସଲମାନ ଖାନ, କ୍ୟାଟ୍ରିନା, ଇମ୍ରାନ ହାସମି, ମନୀଷ ଶର୍ମା ଓ ୱାଇଆରଏଫକୁ ଅନେକ ଅଭିନନ୍ଦନ।

ଅନ୍ୟପକ୍ଷରେ ବକ୍ସ ଅଫିସ୍ ରିପୋର୍ଟ ଅନୁଯାୟୀ ‘ଟାଇଗର ୩’ ପ୍ରଥମ ଦିନରେ ଭାରତରେ ୪୦ କୋଟି ଟଙ୍କା ରୋଜଗାର କରିବ। ଯେତେବେଳେ ସାରା ବିଶ୍ଵରେ ଏହି ସଂଖ୍ୟା ୫୦ କୋଟି ଟପିବ। ହେଲେ ଶାହରୁଖ୍‌ଙ୍କ ଫିଲ୍ମ ‘ଜବାନ’ ଓ ‘ପଠାନ୍‌’ ତୁଳନାରେ ଏହା ପଛରେ ରହିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button