Tue. Dec 10th, 2019

ମହାରାଷ୍ଟ୍ର: ଚାଷୀଙ୍କୁ ଆର୍ଥିକ ସହାୟତା ଘୋଷଣା କଲେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଘୋଷଣା କରିଛନ୍ତି ଚାଷୀଙ୍କୁ ଯଥାଶୀଘ୍ର ଆର୍ଥିକ ସହାୟତା ଦିଆଯିବ। ଖରିଫ ପସଲ ପାଇଁ ୨ ହେକ୍ଟର ପର୍ଯ୍ୟନ୍ତ ମିଳିବ ସହାୟତା। ଚାଷୀମାନେ ହେକ୍ଟର ପିଛା ୮ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ। ଉଦ୍ୟାନ ଫସଲ ଉଜୁଡିଯାଇଥିଲେ ୨ ହେକ୍ଟର ପାଇଁ ସହାୟତା ଦିଆଯିବ। ଏଥିପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଏହାଛଡା ପ୍ରଭାବିତ ଚାଷୀଙ୍କ ପାଠପଢ଼ା ପିଲାଙ୍କ ଫି ଛାଡ଼ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ ନଭେମ୍ବର ୨ତାରିଖରେ ବର୍ଷାରେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତିକୁ ଆଖିରେ ରଖି ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଭାବେ ୧୦ ହଜାର କୋଟି ଟଙ୍କା ମଂଜୁର କରିଥିଲେ। ରାଷ୍ଟ୍ରପତି ଶାସନ ଜାରି ହେବାପରେ ରାଜ୍ୟପାଳ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *