ଗ୍ୟାରେଜ୍‌ରେ ଅଗ୍ନିକାଣ୍ଡ : ୫ଟି ବସ୍‌ ଜଳିଗଲା

ଭୁବନେଶ୍ୱର : ତମାଣ୍ଡୋ ଅଞ୍ଚଳ ପାତ୍ରପଡ଼ା ଛକରେ ଥିବା ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟିବାରୁ ମରାମତି ପାଇଁ ରଖାଯାଇଥିବା ୫ଟି ବସ୍‌ ଜଳି ଯାଇଛି।

ଖବର ଅନୁଯାୟୀ ତମାଣ୍ଡୋ ଅଞ୍ଚଳରେ ଥିବା ଗ୍ୟାରେଜରେ ମରାମତି ପାଇଁ କିଛି ବସ୍‌ ରହିଥିଲା। ରବିବାର ସେଠାରେ ଓଲଡିଂ ଚାଲିଥିବା ବେଳେ ବସ୍‌ରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକ ସୂଚନା ଦେବାରୁ ଅଗ୍ନିଶମ ବାହିନୀର ୪ଟି ଗାଡ଼ିଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ବସ୍‌ରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *

Back to top button