ହୋଟେଲର ମହିଳା କର୍ମଚାରୀଙ୍କୁ ଗଣବଳାତ୍କାର : ୫ ଗିରଫ

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାର ଏକ ହୋଟେଲର ଜଣେ ମହିଳା କର୍ମଚାରୀ ଗଣବଳାତ୍କାରର ଶିକାର ହୋଇଛନ୍ତି। ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଯେଉଁ ହୋଟେଲରେ ଯୁବତୀଜଣକ ଦେଢ଼ ବର୍ଷ ହେବ କାମ କରୁଥିଲେ ସେହିଠାରେ ଗଣବଳାତ୍କାରର ଶିକାର ହୋଇଛନ୍ତି। ପୀଡ଼ିତା ପୋଲିସକୁ କହିଛି ତାଙ୍କର ଜଣେ ବନ୍ଧୁ ଓ ବନ୍ଧୁଙ୍କର କିଛି ସହଯୋଗୀ ତାଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ। ସେ ବିରୋଧ କରିବାରୁ ସେମାନେ ତାଙ୍କୁ ଜବରଦସ୍ତ ମଦ ପିଆଇବା ସହିତ ଏକ କୋଠରୀ ଭିତରକୁ ଟାଣି ନେଇଥିଲେ। ସେ କାକୁତିମିନତି କରିବା ସତ୍ତ୍ୱେ ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ହୋଟେଲ ସିସିଟିଭିରେ ରେକର୍ଡ ହୋଇଥିବା ଏହାର ଭିଡିଓ ଜୋର୍‌ରେ ଭାଇରାଲ୍‌ ହୋଇଛି। ଏଥିରେ ଯୁବତୀଙ୍କୁ ଜଣେ ବ୍ୟକ୍ତି କୋଠରୀ ଭିତରକୁ ଟାଣି ଟାଣି ନେଉଥିବା ବେଳେ ସେ ଅନୁନୟ ହୋଇ ସାହାଯ୍ୟ ମାଗୁଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ବୟାନକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୪ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button