ଗଙ୍ଗାକୁ ପ୍ରଦୂଷିତ କଲେ ୫ ବର୍ଷ ଜେଲ

ନୂଆଦିଲ୍ଲୀ: ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବାକୁ କେନ୍ଦ୍ର ସରକାର ନେଇଛନ୍ତି ପଦକ୍ଷେପ। ସଂସଦର ଶୀତକାଳୀନ ଅଧିବେଶନରେ ଏନେଇ ଏକ ବିଲ ଆଣିବାର ଯୋଜନା ରହିଛି। ଏହି ବିଲ ପାସ ହେଲେ ଏହାର ବ୍ୟବସ୍ଥା ଅନୁଯାୟୀ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ୫୦ କୋଟି ଟଙ୍କାର ଜରିମାନା ଦେବାକୁ ପଡିବ।
ଜଳଶକ୍ତି ମନ୍ତ୍ରାଳୟ ଏ ସମ୍ପର୍କିତ ବିଲ ପ୍ରସ୍ତୁତ କରି କ୍ୟାବିନେଟରେ ମଞ୍ଜୁରି ପାଇଁ ପଠାଇଥିବା ବେଳେ ଏଥିରେ ୧୩ଟି ଚାପ୍ଟର ରହିଛି। ବେଆଇନ ନିର୍ମାଣ, ଜଳର ଗତି ରୋକିବା, ଗଙ୍ଗାରେ କୌଣସି ବିଷାକ୍ତ ଜିନିଷ ନ ଫୋପାଡ଼ିବା ପାଇଁ ନିୟମ କରାଯାଇଛି। ସେହିପରି ଯଦି କେହି ବେଆଇନ ଭାବରେ ଗଙ୍ଗାର ଗତି ରୋକିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଅତି କମରେ ୫୦ କୋଟି ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଗଙ୍ଗା କୂଳରେ କେହି ଘର କିମ୍ଵା ଦୋକାନ ପାଇଁ ଘର ନିର୍ମାଣ କରନ୍ତି ତେବେ ତାଙ୍କୁ ୫ ବର୍ଷର ଜେଲଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି।