କଂଗ୍ରେସ ତୁଳସୀ ଯାତ୍ରାର ପ୍ରଭାବ ପଡ଼ିବନି : ବିଜେଡି

ଭୁବନେଶ୍ଵର : ଶ୍ରୀମନ୍ଦିରର ୪ ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ଡିସେମ୍ବର ପହିଲାରେ କଂଗ୍ରେସ କରିବ ତୁଳସୀ ଯାତ୍ରାର ଆୟୋଜନ। ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏହା ଉପରେ ପ୍ରତିକ୍ରିୟା ଦେଇ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଏହାର କୌଣସି ପ୍ରଭାବ ପଡିବ ନାହିଁ।

ଖବର ଅନୁଯାୟୀ ପ୍ରଶାନ୍ତ ମୁଦୁଲି କହିଛନ୍ତି ବିରୋଧୀ ତୁଳସୀ ଯାତ୍ରା କିମ୍ବା ବ୍ଲକ ପଞ୍ଚାୟତ ଘେରାଉ କରନ୍ତୁ ତାହା ଲୋକଙ୍କ ମନକୁ ଛୁଇଁବା ଆବଶ୍ୟକ। ଲୋକଙ୍କ ମାନସିକତା ପ୍ରଭାବିତ ହେବାର ଅଛି। କିନ୍ତୁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶକୁ ପ୍ରାଥମିକତା ଦେଇଛି। ବିକାଶ କାର୍ଯ୍ୟ ଆଗକୁ ବଢ଼ୁଥିବାରୁ ଲୋକ ବିକାଶରେ ପ୍ରଭାବିତ ହେଉଛନ୍ତି। ବିରୋଧୀଙ୍କ କୌଣସି କାମର ପ୍ରଭାବ ପଡ଼ିବନି।

Leave a Reply

Your email address will not be published. Required fields are marked *

Back to top button