ଓଡ଼ିଶା ବଜାର ମହଙ୍ଗା : ଖୁଚୁରା ମୁଦ୍ରାସ୍ଫୀତି ଜାତୀୟ ହାରଠାରୁ ଅଧିକ

ଭୁବନେଶ୍ଵର : ଅକ୍ଟୋବର ମାସରେ ଦେଶରେ ଖାଇବା ସାମଗ୍ରୀ ଦାମ୍ କମ୍ ହେବାରୁ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୭ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଏହି ସମୟରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ରହିଛି ୬.୪୭ ପ୍ରତିଶତ। ଯାହା ଜାତୀୟ ହାରଠାରୁ ଅଧିକ। ସେହିପରି ରାଜସ୍ଥାନ ୬.୨୫ ପ୍ରତିଶତ ଓ ହରିୟାଣାରେ ୬.୦୨ ପ୍ରତିଶତ ରହିଛି।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ସାରା ଦେଶରେ ସର୍ବାଧିକ। ଏହି ହାର ୬.୨୮ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୬.୯୬ ପ୍ରତିଶତ ରହିଛି। ଏଥିରୁ ସୂଚୀତ ହେଉଛି ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଦରଦାମ୍ ସାମାନ୍ୟ ଅଧିକ ରହିଛି। କିନ୍ତୁ ନଭେମ୍ବରରେ ଓଡ଼ିଶାରେ ପନିପରିବା ଦାମ ମହଙ୍ଗା। ଖୁଚୁରା ବଜାରରେ ଆଳୁ କେଜି ୨୦ ଟଙ୍କା ଥିବାବେଳେ ପିଆଜ ୬୦ ଟଙ୍କା, ଟମାଟୋ ୪୦ ଟଙ୍କା, ବାଇଗଣ ୩୦-୪୦ ଟଙ୍କା, କଖାରୁ ୨୦ ଟଙ୍କା, ପୋଟଳ ୫୦ ଟଙ୍କା, ତିନି ବିଡ଼ା ଶାଗକୁ ୨୦ ଟଙ୍କା, କଲରା ୬୦ ଟଙ୍କା, ୩ ଟିକିଆ ମୂଳା ବିଡ଼ାକୁ ୨୦ ଟଙ୍କା, ଫୁଲ କୋବି ୩୦-୫୦ ଟଙ୍କା ଓ ବନ୍ଧା କୋବି କେଜି ୨୦ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *

Back to top button