ଏହି ଗାଁରୁ ହଠାତ ଲୋକେ ଗାଏବ ହୋଇଯାଇଥିଲେ

ବର୍ତ୍ତମାନ ଯୁଗରେ ଭୂତପ୍ରେତ କଥା କହିଲେ ଲୋକେ ବିଶ୍ଵାସ କରନ୍ତି ନାହିଁ। କେତେକ ଏହାକୁ ହସରେ କଥା ଉଡାଇ ଦିଅନ୍ତି। ହେଲେ ଅନେକଙ୍କ ପସନ୍ଦ ଭୂତପ୍ରେତକୁ ନେଇ ତିଆରି ହେଉଥିବା ଚଳଚ୍ଚିତ୍ର। ମନୋରଞ୍ଜନ ପାଇଁ ଏହା ଭଲ ଲାଗେ। ହେଲେ ରାତାରାତି ଲୋକେ ଗାଏବ ହୋଇଯାଇଥିବା ଗାଁ ଓ ଆତ୍ମାଙ୍କ ରାଜ୍ ଚାଲିବା ପରି ସ୍ଥାନ ରହିଛି।

ଖବର ଅନୁଯାୟୀ ରାଜସ୍ଥାନରେ ଇତିହାସ ସହ ଜଡିତ ରହସ୍ୟ ଓ କାହାଣୀ ପ୍ରତ୍ୟେକ ସହରରେ ଲୁଚି ରହିଛି। ରାଜା ଓ ସମ୍ରାଟମାନଙ୍କ ପାଇଁ ସ୍ୱତନ୍ତ୍ର ଥିବା ଏହି ରାଜ୍ୟ ଅନେକ କାରଣରୁ ଲୋକଙ୍କୁ ଭୟଭୀତ କରୁଛି। ଏଠାରେ ରହିଛି ଭାରତର ସବୁଠାରୁ ଭୟାନକ ଦୁର୍ଗ। ଯାହାକୁ ଭାନଗଢ଼ ଦୁର୍ଗ କୁହାଯାଏ। କିନ୍ତୁ କେବଳ ଭାନଗଢ଼ର ନୁହେଁ ଏମିତି ଏକ ଗାଁ ଅଛି ଯେଉଁଠାକୁ ଦିନରେ ଯିବାକୁ ଲୋକମାନେ ଭୟ କରନ୍ତି। ଏହି ଗାଁର ନାମ କୁଲଧରା। ଚକିତ କଲାପରି ଏହାର କାହାଣୀ।

ଜୈସଲମେରଠାରୁ ପ୍ରାୟ ୧୭ କିଲୋମିଟର ପଶ୍ଚିମରେ ଏକ ଧ୍ୱଂସାବଶେଷ ଗାଁ ରହିଛି। ଏଠାରେ ଭଙ୍ଗା ଘର ଓ କାନ୍ଥ ଦେଖିବାକୁ ମିଳେ। କିନ୍ତୁ ଲୋକ ଦେଖିବାକୁ ମିଳନ୍ତି ନାହିଁ। ଏହି ଗାଁ ଦେଖିବାକୁ ଏକ ଶ୍ମସାନଘାଟ ପରି ଲାଗେ। ବିଶ୍ୱାସ କରାଯାଏ ଏଠାରେ ବ୍ରାହ୍ମଣମାନେ ରହୁଥିଲେ। କିନ୍ତୁ ସେହି ଅଞ୍ଚଳର ଦିୱାନ୍ ଗାଁର ଝିଅମାନଙ୍କ ଉପରେ ଖରାପ ନଜର ରଖୁଥିବାରୁ ଲୋକମାନେ ନିଜ ପରିବାରର ମହିଳାମାନଙ୍କୁ ବଞ୍ଚାଇବା ପାଇଁ ଗାଁ’ରୁ ଚାଲିଯିବା ସହିତ ଅଭିଶାପ ଦେଲେ ଏହି ଗାଁକୁ ମରୁଡି ଆସିବ ଓ ସବୁ ଲୋକେ ଏକା ସମୟରେ ଆଖି ବୁଝିବେ। ସେବେଠାରୁ ଏହି ଗାଁ ଜନଶୂନ୍ୟ ହୋଇ ଯାଇଛି। ଗାଁରେ ଭୂତପ୍ରେତଙ୍କ ରାଜ୍ ଚାଲେ ବୋଲି ଏବେବି ଲୋକେ ବିଶ୍ଵାସ କରୁଛନ୍ତି। ଏହି କାହାଣୀ ୩୦୦ ବର୍ଷରୁ ଅଧିକ ପୁରୁଣା। ପାଲିୱାଲ ବ୍ରାହ୍ମଣମାନେ ସେହି ସମୟରେ ଏହି ଗାଁରେ ରହୁଥିଲେ।

janatakhabar.in

ସେହିପରି ରାଜସ୍ଥାନର ଆଉ ଏକ ସ୍ଥାନ ଭାନଗଡ଼ ଦୁର୍ଗ। ଏହି ସ୍ଥାନକୁ ଭାରତର ସବୁଠାରୁ ଅଭିଶପ୍ତ ସ୍ଥାନ ବୋଲି ଗଣାଯାଏ। ଲୋକମାନେ ବିଶ୍ୱାସ କରନ୍ତି ଏକ ତାନ୍ତ୍ରିକ ଏହି ଦୁର୍ଗକୁ ଅଭିଶାପ ଦେବା ଦିନଠାରୁ ଲୋକେ ସେଠାରେ ଅଜବ ଘଟଣା ଅନୁଭବ କରିଥିବା କୁହନ୍ତି। ଅନେକ କୁହନ୍ତି ଦୁର୍ଗରେ କାନ୍ଦିବା ଓ ଚିତ୍କାର କରିବାର ଶବ୍ଦ ଆଜି ମଧ୍ୟ ସ୍ଥାନୀୟ ଲୋକଙ୍କୁ ଶୁଣାଯାଏ। ସକାଳେ ଏଠାରେ ଲେମ୍ବୁ ଓ ସିନ୍ଦୁର ଭଳି ଜିନିଷ ଦେଖିବାକୁ ମିଳେ।

Leave a Reply

Your email address will not be published. Required fields are marked *

Back to top button