୧୫ ସୁଦ୍ଧା ପାଣ୍ଠି ବିବରଣୀ ଦାଖଲ କରିବାକୁ ରାଜନୈତିକ ଦଳକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ରାଜନୈତିକ ଦଳ ଗୁଡିକ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ପାଇଥିବା ଆର୍ଥିକ ଅନୁଦାନର ହିସାବ ଦେବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଏନେଇ ଅବଗତ କରାଇଛନ୍ତି।

ଖବର ଅନୁଯାୟୀ ବୁଧବାର ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ବିବରଣୀ ନିର୍ବାଚନ ଆୟୋଗରେ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ରହିଛି। ଦେଇଛନ୍ତି। ଆର୍ଥିକ ଅନୁଦାନ ଦେଇଥିବା ଦାତାଙ୍କ ନାମ ସମେତ ଅର୍ଥ ପରିମାଣ ଓ ପ୍ରତ୍ୟେକ ବଣ୍ଡର ବ୍ୟାଙ୍କ ବିବରଣୀକୁ ଡବଲ୍ ସିଲ୍ କଭରରେ ଦାଖଲ କରିବାକୁ ରାଜନୈତିକ ଦଳମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ ନଭେମ୍ବର ୨ ତାରିଖରେ ସୁପ୍ରିମକୋର୍ଟ, ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ମାମଲାର ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ଏହି ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ରାଜନୈତିକ ଦଳ ନିର୍ବାଚନ ବଣ୍ଡ ମାଧ୍ୟମରେ ପାଉଥିବା ଆର୍ଥିକ ଅନୁଦାନର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button