ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫ସି ଯୋଜନା

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ୫ଟି ପରେ ଏବେ ୫ସି ଯୋଜନା। ମୋ ସ୍କୁଲ ଅଭିଯାନର ୫ସି ହେଉଛି ଏକ ଅଂଶବିଶେଷ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଅଶ୍ଵଥୀ ଏସ।

ସେ କହିଛନ୍ତି ଏହା କୌଣସି ନୂଆ ସ୍କିମ୍ ନୁହେଁ। ହେଲେ ନୂତନ ଚିନ୍ତାଧାରା। ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମୋଟିଭେଟ୍ କରାଯିବ। ୫ସି ହେଲା-କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ ଓ କୋପରେସନ। ମୋ ସ୍କୁଲ କାର୍ଯ୍ୟକ୍ରମର ଏହା ଅନ୍ତର୍ନିହିତ ଅଂଶ। ବର୍ତ୍ତମାନ ରାଜ୍ୟର ସମସ୍ତ ବିଦ୍ୟାଳୟ ୫ସି ଅଧୀନରେ କାମ ଚାଲୁଛି। ଆସନ୍ତା ବର୍ଷ ଏହାକୁ ଅଧିକ ବ୍ୟାପକ କରାଯିବା ସହ ଏ ସମ୍ପର୍କରେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ଗଣଶିକ୍ଷା ସଚିବ କହିଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button