ଗାଜାର ଅଲ୍-ଶିଫା ହସ୍ପିଟାଲ ସୁଡଙ୍ଗରୁ ମାରଣାସ୍ତ୍ର ଓ ଗୋଳାବରୁଦ ଜବତ

ନୂଆଦିଲ୍ଲୀ : ଗାଜାର ଅଲ୍-ଶିଫା ହସ୍ପିଟାଲ ବିଲ୍ଡିଂ ଆତଙ୍କୀ ସୁଡ଼ଙ୍ଗରୁ ଇସ୍ରାଏଲୀ ସେନା ବିପୁଳ ପରିମାଣର ମାରଣାସ୍ତ୍ର ଓ ଗୋଳାବରୁଦ ଜବତ କରିଛି। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଜାରି କରାଯାଇଛି।

ଖବର ଅନୁଯାୟୀ ହସ୍ପିଟାଲ ପରିସରରୁ ହମାସ୍ ଆତଙ୍କବାଦୀଙ୍କ ସ୍ଵୟଂଚାଳିତ ଅସ୍ତ୍ରଶସ୍ତ୍ର, ଗ୍ରେନେଡ୍ ଓ ବିସ୍ଫୋରଣ ସାମଗ୍ରୀ ମିଳିବା ପରେ ଇସ୍ରାଏଲ ସେନା ଅପରେସନକୁ ଜୋରଦାର କରିଛି। ମେଜର ଜେନେରାଲ୍ ୟାରୋନ ଫେଙ୍କଲମୈନ କହିଛନ୍ତି ଆଇଡିଏଫ ଅଲ-ଶିଫା ହସ୍ପିଟାଲରେ ସୈନ୍ୟ ଅଭିଯାନ ଚାଲିଛି। ହେଲେ ଇସ୍ରାଏଲର ଏହି ଅପରେସନକୁ ସଂଯୁକ୍ତ ରାଷ୍ଟ୍ର ଓ ମଧ୍ୟପୂର୍ବ ଦେଶମାନେ ନିନ୍ଦା କରିଛନ୍ତି

ଅନ୍ୟପକ୍ଷରେ ପାଲେଷ୍ଟାଇନ ସ୍ଵାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଅଲ୍-ଶିଫା ହସ୍ପିଟାଲ ଭିତରେ ୪ଟି ବୁଲଡୋଜର ମୁତୟନ କରାଯାଇଛି। ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଇସ୍ରାଏଲ୍ ସୈନ୍ୟ ମେଡିକାଲ ଭିତରେ ପ୍ରବେଶ କରିବା ପରେ ସମସ୍ତ ବିଭାଗରେ ପାଣି, ବିଜୁଳି ଓ ଅମ୍ଳଜାନ ସପ୍ଲାଏ ବନ୍ଦ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button