କେନ୍ଦୁଝର ପାଣିରେ ବୁଡ଼ି ମରିଛନ୍ତି ୫୨ ଜଣ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୩୧ଜଣ ପ୍ରାଣ ହରାଇଥିବା ବେଳେ ନଦୀନାଳରେ ବୁଡ଼ି ୫୨ଜଣଙ୍କ ଜୀବନ ଯାଇଛି।

ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ୨୦୨୦-୨୧ରେ ବନ୍ୟଜନ୍ତୁ ଆକ୍ରମଣରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୧-୨୨ରେ ୧୩ ଜଣ ଓ ୨୦୨୨-୨୩ବର୍ଷରେ ୧୨ଜଣଙ୍କର ମୃତ୍ୟୁ ହୋଇଛି। ବିଧାନସଭାର ତଥ୍ୟ ଅନୁସାରେ ଜିଲ୍ଲାରେ ପାଣିରେ ବୁଡ଼ି ଗତ ତିନିବର୍ଷରେ ୫୨ଜଣ ପ୍ରାଣ ହରାଇଛନ୍ତି। ୨୦୨୦ରେ ୫ଜଣ, ୨୦୨୧ରେ ୨୭ଜଣ ଓ ୨୦୨୩ରେ ୨୨ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଏହାର କାରଣ ହେଉଛି ମଦ। ଗ୍ରାମାଞ୍ଚଳର ଆଦିବାସୀ ଲୋକେ ମଦ ପିଇ ପୋଖରୀ ଓ ନଦୀନାଳକୁ ଗାଧୋଇବାକୁ ଯାଇଥାନ୍ତି। ନିଶାସକ୍ତ ଅବସ୍ଥାରେ ପାଣିରେ ବୁଡ଼ିଗଲେ ଆଉ ଉଠିପାରନ୍ତି ନାହିଁ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥାଏ। ସେହିପରି ବର୍ଷାଦିନେ ଲୋକେ ନଦୀ ପାର ହେଉଥିବା ବେଳେ ପାଣି ସୁରେ ଭାସି ଯାଇଥାନ୍ତି। ଏହାଛଡା କେନ୍ଦୁଝର ଜିଲ୍ଲାର ଅଧିକଂଶ ପର୍ଯ୍ୟଟନସ୍ଥଳୀରେ ଝରଣା ଓ ଜଳପ୍ରପାତ ରହିଛି। ଏଠାରେ ଅନେକ ବୁଡ଼ିଯାଇ ପ୍ରାଣ ହରାଇଥାନ୍ତି।

Leave a Reply

Your email address will not be published. Required fields are marked *

Back to top button